fbpx

କେତେ ଭୟଙ୍କର ହେବ ତୃତୀୟ ଲହର; ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଳୀ: କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଯାଇଥିବା ବେଳେ ତୃତୀୟ ଲହର ନେଇ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିସାରିଲେଣି । ଏହି ପରୀପ୍ରେକ୍ଷୀରେ ସୋମବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଭାରତରେ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ । କରୋନାର ତୃତୀୟ ଲହର ଅଗଷ୍ଟରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ଶୀର୍ଷରେ ପହଞ୍ଚିବ ।

ଏସବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘କୋଭିଡ୍-୧୯: ଦ ରେସ୍ ଟୁ ଫିନିଶିଙ୍ଗ ଲାଇନ୍’ରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଭାରତରେ କରୋନାର ଦ୍ୱିତୀୟ ଲହର ଏପ୍ରିଲ ମାସରେ ଆସିଥିଲା । ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଓ ଅନ୍ୟ ରାଜ୍ୟ ଗୁଡିକୁ ଗଭୀର ଭାବରେ ପ୍ରଭାବିତ କରିବା ପରେ ମେ ମାସରେ ଶୀର୍ଷରେ ପହଞ୍ଚିଥିଲା କରୋନା ସଂକ୍ରମଣ । ବର୍ତ୍ତମାନର ସଂକ୍ରମଣ ହାରକୁ ଦେଖିଲେ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦୈନିକ ସଂକ୍ରମଣ ୧୦ ହଜାରକୁ ଖସି ଆସିବ । ତେବେ ପୁଣି ଅଗଷ୍ଟରୁ ଏହି ସଂଖ୍ୟା ବୃଦ୍ଧି ପାଇବ ।

ସୋମବାର ଦେଶରେ ୩୯ ହଜାର ୭୯୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨୩୫୨ ଜଣ ସୁସ୍ଥ ହୋଇଛନ୍ତି । ୭୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୩୦୫୮୫୨୨୯ ଓ ୪ ଲକ୍ଷ ରହିଛି । ଏହା ସହିତ ଦେଶରେ ବର୍ତ୍ତମାନ ୩୫ କୋଟି ଲୋକଙ୍କ ଟିକାକରଣ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.