(Video) ଆମେରିକାରେ ନୂଆବର୍ଷ ରକ୍ତ ରଞ୍ଜିତ: ମସ୍କଙ୍କ ଟ୍ରକରେ ବିସ୍ଫୋରଣ, ଅନ୍ୟ ଏକ ସ୍ଥାନରେ ଟ୍ରକ ଚାପରେ ୧୫ ଜଣଙ୍କ ମୃତ୍ୟୁ
ନୂଆବର୍ଷର ଖୁସି ମନାଉଥିବା ଲୋକଙ୍କ ଉପରେ ଟ୍ରକ ଚଢାଇ ଦେଇଥିଲା; ଏଥିରେ ୧୫ ଜଣଙ୍କ ମୃତ୍ୟୁ; ଘଟଣାରେ ଆଇଏସଆଇଏସର ଲିଙ୍କ ଥିବା କହୁଛି ଆଇଏସଆଇଏସ
ଲସ ଭେଗାସ– ଟ୍ରମ୍ପ ଇଣ୍ଟରନାସନାଲ ହୋଟେଲ ବାହାରେ ହେଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ସହ ହୁତୁହୁତୁ ହୋଇ ଜଳିଲା ଟେସଲା ସିଇଓ ଏଲନ ମସ୍କଙ୍କ ସାଇବରଟ୍ରକ । ଏହି ବିସ୍ଫୋରଣ ବୁଧବାର ସକାଳୁ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଅନେକ ପ୍ରଶ୍ନବାଚୀ ଠିଆକରିଛି ।
ଏହି ଘଟଣା ଆଗରୁ ନ୍ୟୁ ଆରଲିୟନ୍ସରେ ଜଣେ ଡ୍ରାଇଭର ନୂଆବର୍ଷର ଖୁସି ମନାଉଥିବା ଲୋକଙ୍କ ଉପରେ ଟ୍ରକ ଚଢାଇ ଦେଇଥିଲା । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ମଧ୍ୟ ଆହତ ହୋଇଛନ୍ତି । ଏଫବିଆଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ବିସ୍ଫୋଟକୁ ନେଇ ପୋଲିସର ବୟାନ- ଲସ ଭେଗାସ ମେଟ୍ରୋପଲିଟନ ପୋଲିସ ତରଫରୁ କୁହାଯାଇଛି କି, ଲସ ଭେଗାସର ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ଉପରେ ହୋଇଥିବା ବିସ୍ଫୋରଣ ପରେ ଆମେ ସବୁ ପ୍ରକାରର ସୁରକ୍ଷିତ ବ୍ୟବସ୍ଥା ଗୃହଣ କରିଛି । ବିସ୍ଫୋଟକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ତେବେ ଟ୍ରମ୍ପ ହୋଟେଲ ବିସ୍ଫୋରଣରେ ଆତଙ୍କୀ ଲିଙ୍କକୁ ନେଇ ପୋଲିସ ତଦନ୍ତ ଦିଗକୁ ଆଗକୁ ବଢାଇଛି । ତେବେ ବିସ୍ଫୋରଣରେ ଜଳିଜାଇଥିବା ସାଇବର ଟ୍ରକ ମସ୍କଙ୍କ କମ୍ପାନୀ ଟେସ୍ଲା ଦ୍ୱାରା ତିଆରି ହୋଇଥାଏ । ମସ୍କ ଏବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଅଟନ୍ତି । ତେଣୁ ଏହି ଆକ୍ରମଣକୁ କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଡିତ ବୋଲି କହୁଛନ୍ତି ।
ଏଥିସହ ଏହି ଘଟଣାରେ ଆଇସିଆଇସିର ହାତ ଥିବା ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି ଏଫବିଆଇ । କିନ୍ତୁ ଘଟଣାକୁ ନେଇ ମସ୍କ କହିଛନ୍ତି, ଟ୍ରକର କିଛି କ୍ଷତି ହୋଇନାହିଁ । ହୁଏତ ବାଣ ବା ବମ ପାଇଁ ବିସ୍ଫୋରଣ ହୋଇଛି ।