ସୁଟ୍‌କେସ୍‌ ସୋରୁମରେ ଭୟଙ୍କର ନିଆଁ, ଅଧଘଣ୍ଟା ଧରି ହୁତୁହୁତୁ ହୋଇ ଜଳିଲା

ଦୋଳମୁଣ୍ଡାଇରେ ଥିବା ଏକ ସୋରୁମରେ ଅଗ୍ନିକାଣ୍ଡ ।

ଭୁବନେଶ୍ବର: କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ସୁଟକେସ୍ ଦୋକାନ ।

ସୁଟ୍‌କେସ୍‌ ସୋରୁମରେ ଭୟଙ୍କର ନିଆଁ ଲାଗିଛି । ଦୋଳମୁଣ୍ଡାଇରେ ଥିବା ଏକ ସୋରୁମରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କଟକ ଦୋଳମୁଣ୍ଡାଇ ଛକରେ ଥିବା ଏକ ସୁଟକେସ ସୋ’ ରୁମ୍‌ରେ ଭୟଙ୍କର ନିଆଁ ଲାଗିଛି । ଯେଉଁଥିରେ ବହୁମାତ୍ରାରେ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।

ଖବର ଅନୁସାରେ, ସକାଳ ସମୟରେ କିଛି କର୍ମଚାରୀ ସୋ’ ରୁମ୍‌ ଖୋଲିଥିଲେ । ଏହି ସମୟରେ ହଠାତ୍‌ ସୋ’ ରୁମ୍‌ ମଧ୍ୟରେ କିଛି ଶବ୍ଦ ହୋଇଥିଲା ।

ତେବେ ଦେଖୁଦେଖୁ ହଠାତ୍ ନିଆଁ ଲାଗିଯାଇଥିଲା ।  ଦେଖୁ ଦେଖୁ ସୋ’ ରୁମ୍‌ ମଧ୍ୟରୁ ଧୁଆଁ ବ୍ୟାପିଥିଲା । ବର୍ତ୍ତମାନ ଅଧାଘଣ୍ଟା ଧରି ନିଆଁ ଲାଗି ରହିଥିବା ଜଣାପଡିଛି ।