fbpx

ଦୁର୍ଗା ପୂଜା ପେଣ୍ଡାଲରେ ଭୀଷଣ ଅଗ୍ନିକାଣ୍ଡ: ଚାଲିଗଲା ୩ ଜୀବନ, ୬୪ ଜଣ ନିଆଁରେ…

ଭଦୋହୀ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ରବିବାର ଦିନ ଏକ ବଡ଼ ଦୁର୍ଘଟଣା ହୋଇଛି । ଭଦୋହୀ ଜିଲ୍ଲାର ଏକ ଦୁର୍ଗା ପୂଜା ପେଣ୍ଡାଲରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ୬୪ ଜଣ ନିଆଁର ଶିକାର ହୋଇ ଆହତ ହୋଇଥିବା ବେଳେ ୩ ଶିଶୁ ସାମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ୧୨ ଓ ୧୦ ବର୍ଷର ଦୁଇଜଣ ପିଲା ଓ ୪୫ ବର୍ଷୀୟ ମହିଳା ନିଆଁରେ ପୋଡି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ନିଅାଁର ଶିକାର ହୋଇଥିବା ୬୪ ଜଣଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାସ୍ଥଳର ଆଖପାଖରେ ନିଆଁ ଲାଗିବାର ଦେଖିବା ପରେ ଲୋକମାନେ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ସୂଚନା ପାଇବାର ମାତ୍ର ୧୫ ମିନିଟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ରାତି ପ୍ରାୟ ୯ଟାରେ ଆରତୀ ଚାଲିଥିଲା । ଏହି ସମୟରେ ୩୦୦ ଲୋକ ସେଠାରେ ଉପସ୍ଥିତ ଥିବା ବେଳେ ଅଚାନକ୍ ନିଆଁ ଲାଗିଥିଲା । କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

Get real time updates directly on you device, subscribe now.