fbpx

ଏହି ଦୀପାବଳିରେ ବଦଳିବ ଏହି ୬ ରାଶିର ବ୍ୟକ୍ତିଙ୍କ ଭାଗ୍ୟ : ମା ଲକ୍ଷ୍ମୀଙ୍କର ରହିବ ବିଶେଷ କୃପା, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବର ଏକ ବିଶେଷ ମହତ୍ୱ ରହିଥାଏ । ବର୍ତ୍ତମାନ ଦୁର୍ଗା ପୂଜା ଚାଲୁଥିବା ବେଳେ ଏହାର କିଛି ଦିନ ପରେ ଦୀପାବଳୀ ପର୍ବ ପାଳନ ହେବ । ତେବେ ଜ୍ୟୋତିଷ ଶାସ୍ତ୍ର ଆନୁସାରେ ଏହି ଦିପାବଳୀ ୨୪ ଅକ୍ଟୋବରେ ପଡୁଥିବା ବେଳେ ଏହାର ଗୋଟିଏ ଦିନ ଆଗରୁ ଅର୍ଥାତ୍ ୨୩ ଅକ୍ଟୋବରରେ ଶନି ଗ୍ରହ ନିଜର ସ୍ୱରାଶ ମକରରେ ପ୍ରବେଶ କରିବେ ଏବଂ ସିଧା ଚଳନ କରିବେ । ଏତତ୍ ବ୍ୟତୀତ ୨୬ ଅକ୍ଟୋବରରେ ବୁଧ ଗ୍ରହ ମଧ୍ୟ ତୁଳା ରାଶିରେ ପ୍ରବେଶ କରିବେ । ତେବେ ତୁଳା ରାଶିରେ ସେହି ସମୟରେ ସୂର୍ଯ୍ୟ, ଶୁକ୍ର ଏବଂ କେତୁ ଗ୍ରହ ବିରାଜମାନ କରିଥିବେ । ଯାହାଫଳରେ ଏହି ୪ଟି ଗ୍ରହ ଗୋଟିଏ ରାଶିରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି କରିବେ । ଯାହାଫଳରେ ଏହା କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବା ବେଳେ କିଛି ରାଶିଙ୍କ ଉପରେ ଶୁଭ ପଳ ପ୍ରଦାନ କରିବ । କିନ୍ତୁ ଖାସ କରି ୬ ଟି ରାଶି ଉପରେ ଏହାର ବିଶେଷ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ । ଯାହାଙ୍କ ଉପରେ ଏହି ଦିପାବଳୀରେ ବିଷେଶ କୃପା ପ୍ରାପ୍ତି ହେବା ସହ ଜୀବନରେ ଅନେକ ସଉଳତା ମିଳିବ ।

ମିଥୁନ:ଦୀପାବଳିର ୨ ଦିନ ପରେ ତୁଳା ରାଶିରେ ବୁଧ ଗ୍ରହଙ୍କ ଗୋଚର ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଚାକିରି ଏବଂ ବାଣିଜ୍ୟରେ ସ,ଫଳତା ମିଳିବା ସହ କର୍ମ କ୍ଷତ୍ରେରେ ମଧ୍ୟ ଖୁସି ଖବର ମିଳିବାର ଯୋଗ ରହିଛି । ଏତତ୍ ବ୍ୟତୀତ ଅନେକ ଦିନରୁ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ । ତେବେ ଏହି ରାଶିର ବୟକ୍ତିମାନଙ୍କ ଜୀବନରେ ସୁଖ ଶାନ୍ତି ଲାଗି ରହିବା ସହିତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

କର୍କଟ: ଦିପାବଳି ପରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରପ୍ତିର ଯୋଗ ରହିଛି । କର୍କଟ ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛଇ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ପରିବାର ଏବଂ ସେମାନଙ୍କ ଜୀବନ ସାଥୀ ସହିତ ସୁଖରେ ଜୀବନ ଅତିବାହିତ କରିବେ ।

ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହଙ୍କ ଗୋଚର ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସଫଳତା ଆଣି ଦେବ । ଏହି ରାଶିର ବ୍ୟକ୍ତିମାନଙ୍କର ନୂତନ ଚାକିରିର ଯୋଗ ରହବା ସହ ବିଭିନ୍ନ ଉପାୟରେ ଧନ ପ୍ରାପ୍ତିର ଯୋଗ ରହିଛି । ଏତତ୍ ବ୍ୟତୀତ ପରିବାରରେ ସୁଖ ଶାନ୍ତି ଲାଗି ରହିବା ସହ ସମସ୍ତ କାର୍ଯ୍ୟରେ ପରିବାର ଲୋକଙ୍କ ସହେଯାଗ ରହିବ ।

ବିଚ୍ଛା: ବୁଧ ଗ୍ରହଙ୍କ ଗତିପଥ ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆୟ ପ୍ରାପ୍ତିର ସୁଯୋଗ ଆଣି ଦେବ । ଚାକିରି କ୍ଷେତ୍ର୍ରେ ଦରମା ବୃଦ୍ଧି ହେବାର ଯୋଗ ରହିଛି । ବେପାର ବାଣିଜ୍ୟରେ ମଧ୍ୟ ସଫଳତା ମିଳିବାର ସୁଯୋଗ ରହିଛି ।

ଧନୁ:ଏହି ରାଶିର ବୁଧ ଗ୍ରହଙ୍କ ଗତି ଏବଂ ରାଶି ପରିବର୍ତ୍ତନ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆୟ ବୃଦ୍ଧି ର ବାଟ ଖେଲିବ । ପ୍ର ଯ୍ୟାପ୍ତ ପରିମାଣରେ ଧନ ପ୍ରପ୍ତିର ଯୋଗ ରହିଛି । ଏତତ୍ ବ୍ୟତୀତ ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ପୁରା ହେବ ।

ମକର: ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଧ ଗ୍ରହଙ୍କ ଗୋଚର କ୍ୟାରିୟରରେ ସଫଳତା ପ୍ରଦାନ କରିବ । ବିଭିନ୍ନ ସ୍ଥାନରେ ମାନ ସମ୍ମାନ ପ୍ରାପ୍ତି ହେବା ସହ ଚାକିରିରେ ପ୍ରମୋଶନ ହେବାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ସୁଖମୟ ହେବ ।

Get real time updates directly on you device, subscribe now.