fbpx

(Video) ୧୧୮ ବର୍ଷ କାହିଁକି ବନ୍ଦ ରହିଛି କୋଣାର୍କ ମନ୍ଦିରର ମୁଖଶାଳା ? କ’ଣ ରହିଛି ରହସ୍ୟ

୧୯୦୩ ମସିହାରେ ଅଚାନକ କୋଣାର୍କ ମନ୍ଦିରର ମୁଖ୍ୟ ଦ୍ୱାରକୁ ବନ୍ଦ କରି ଦିଆଗଲା । ମନ୍ଦିରକୁ ପୁରା ବାଲିରେ ପରିପୂର୍ଣ୍ଣ କରି ବନ୍ଦ କରିଦିଆଗଲା ଏହି ଘଟଣାକୁ ୧୧୮ ବର୍ଷ ବିତିଗଲାଣି । କିନ୍ତୁ ଆଜିପର୍ଯ୍ୟନ୍ତ ଭାରତ ସରକାର ଏହି ଦ୍ୱାରକୁ ଖୋଲି ନାହାଁନ୍ତି । ଏବେ ବି ଯଦି ଆପଣମାନେ କୋଣାର୍କ ମନ୍ଦିରକୁ ଯାଉଛନ୍ତି ତେବେ ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ ଥିବା ଦେଖିପାରୁଥିବେ । ମୁଖ୍ୟ ମନ୍ଦିରର ଚାରିପାଖେ ତ ବୁଲିପାରିବେ ।ହେଲେ ଏହାର ପ୍ରକୃତ ରହସ୍ୟ ମନ୍ଦିର ଭିତରେ ହିଁ ରହିଛି ।

ଓଡ଼ିଶା ହେଉଛି ଏକ ରହସ୍ୟରେ ଭରପୂର ଥିବା ଏକ ରାଜ୍ୟ । ଏହି କୋଣାର୍କ ମନ୍ଦିରେ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି । ଏହି ଅଧା ଅଧୁରା ମନ୍ଦିର ହିଁ ରହସ୍ୟର ଏକ ଜ୍ୱଳନ୍ତ ଉଦାହରଣ । କୁହାଯାଏ କୋଣାର୍କ ମନ୍ଦିରକୁ ଅଭିଶାପ ମିଳିଛି । ଶହେ ବର୍ଷ ପର୍ଯ୍ୟନ୍ତ ବାଲି ତଳେ ପୋତି ହୋଇଥିଲା । ମନ୍ଦିରରେ ୫୨ ଟନର ଚୁମ୍ବକ ଲାଗିଥିଲା । କୋଣାର୍କକୁ ତିଆରି କରିଥିବା କାରିଗର ଜୀବନ ହାରିଥିଲେ । ଏହା ମଧ୍ୟ ଶୁଣା ଯାଏ କି ରାତି ହେଲେ କୋଣାର୍କ ମନ୍ଦିରରୁ ନର୍ତ୍ତକୀମାନଙ୍କର ଘୁଙ୍ଗୁରର ଶବ୍ଦ ଶୁଣିବାକୁ ମିଳେ । ଏମିତି ଅନେକ ରହସ୍ୟ ରହିଛି ଯାହା ଆପଣମାନଙ୍କର ହୋସ ଉଡ଼ାଇ ଦେବ ।

ଏହି ମନ୍ଦିରକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରେ । ଭାରତ ସରକାର କଣ ପାଇଁ ମନ୍ଦିର ଖୋଲିବାର ନିଷ୍ପତ୍ତିକୁ ବାରମ୍ବାର ବଦଳାଇ ଦିଅନ୍ତି । କଣ ଭାରତ ସରକାର କିଛି ରହସ୍ୟକୁ ଲୁଚାଇବାକୁ ଚାହୁଁଛନ୍ତି କି ? କୋଣାର୍କ ମନ୍ଦିର ଭଗବାର ସୂର୍ଯ୍ୟଙ୍କୁ ସମର୍ପିତ କରାଯାଇଛି । ସୌନ୍ଦର୍ଯ୍ୟ କାରଣରୁ ଏହି ମନ୍ଦିର ଦେଶର ସବୁଠାରୁ ୧୦ ବଡ଼ ମନ୍ଦିରରେ ମଧ୍ୟରେ ସାମିଲ ହେବା ପାଇଁ ଚାହୁଁଛି । ନୀଳ ସମୁଦ୍ର ଚନ୍ଦ୍ରଭାଗାର ତଟରେ ଅବସ୍ଥିତ କୋଣାର୍କ ମନ୍ଦିର । ମନ୍ଦିରକୁ ଏହିଭଳି ଡିଜାଇନ କରାଯାଇଛି କି ଏକ ବିଶାଳ ରଥରେ ୧୨ ଟି ଚକା ଲାଗିଛି ଏବଂ ରଥକୁ ୭ଟି ଶକ୍ତିଶାଳି ଘୋଡ଼ା ଟାଣିବାରେ ଲାଗିଛନ୍ତି । ଆଉ ରଥ ଉପରେ ବିରାଜମାନ ହୋଇ ବସି ରହିଛନ୍ତି ସୂର୍ଯ୍ୟଦେବ । ରଥର ୧୨ଟି ଚକ୍ର ବର୍ଷର ୧୨ ଟି ମାସକୁ ବୁଝାଏ । ରଥର ସବୁ ଚକ ଦିନର ୮ ପ୍ରହରକୁ ଦର୍ଶାଏ ।
ଏହି ମନ୍ଦିରରୁ ସିଦ୍ଧା ସୂର୍ଯ୍ୟ ଦେବଙ୍କ ଦର୍ଶନ କରିପାରିବେ । ମନ୍ଦିରର ଉପରୁ ସୂର୍ଯ୍ୟ ଉଦୟ ଦେବା ଏବଂ ଅସ୍ତ ହେବାର ଦୃଶ୍ୟ ପୁରା ଦେଖିହୁଏ । ସୂର୍ଯ୍ୟଦୋୟ ସମୟରେ ମନ୍ଦିରର ଦୃଶ୍ୟ ବହୁତ ସୁନ୍ଦର ହୋଇଥାଏ ।

ଏହି ମନ୍ଦିରକୁ ନେଇ ଏମିତି ଅନେକ କିଛି କଥା ରହିଛି । ଭଗବାନ କୃଷ୍ଣଙ୍କର ପୁଅ ସାମ୍ବଙ୍କୁ ଅଭିଷାପ କାରଣରୁ କୁଷ୍ଠ ରୋଗ ହୋଇଥିଲା । ଯାହାପରେ ସାମ୍ବଙ୍କୁ ଋଷି କଟକ ଏହି ରୋଗରୁ ବଞ୍ଚିବା ପାଇଁ ଭଗବାନ ସୂର୍ଯ୍ୟଙ୍କର ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ସାମ୍ବ ମିତ୍ରବନରେ ଚନ୍ଦ୍ରଭାଗା ସାଗର ସଂଙ୍ଗମ ସ୍ଥଳରେ ୧୨ ବର୍ଷ ତପସ୍ୟା କରିଥିଲେ ଏବଂ ତାପରେ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିଥିଲେ । ସୂର୍ଯ୍ୟଦେବ ଯିଏ ସବୁ ରୋଗର ନାସକ ଥିଲେ ସେ ସାମ୍ବଙ୍କର ରୋଗକୁ ମଧ୍ୟ ନଷ୍ଟ କରିଦେଇଥିିଲେ । ଯେଉଁଥିପାଇଁ ସାମ୍ବ ସୂର୍ଯ୍ୟଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ । ଏହାପରେ ଚନ୍ଦ୍ରଭାଗାରେ ସାମ୍ବ ଗାଧଉଥିବା ବେଳେ ତାଙ୍କୁ ସୂର୍ଯ୍ୟଙ୍କର ଏକ ମୂର୍ତ୍ତି ମିଳିଥିଲା । ସେହିଠାରେ ମନ୍ଦିର ନିର୍ମାଣ କରି ମୂର୍ତ୍ତିକୁ ସେହି ମନ୍ଦିରରେ ସ୍ଥାପନା କରାଯାଇଥିଲା । କୋଣାର୍କକୁ ନେଇ ଏହା ମଧ୍ୟ କୁହାଯାଏ କି ଏଠାରେ ଆଜିବି ନର୍ତ୍ତକି ମାନଙ୍କ ଘୁଙ୍ଗୁରର ଶବ୍ଦ ଶୁଣିବାକୁ ମିଳେ ।

ସୂର୍ଯ୍ୟମନ୍ଦିରକୁ ଏକ ସ୍ୟାଣ୍ଡଉଇସ ଭଳି ନିର୍ମାଣ କରାଯାଇଛି । ମନ୍ଦିର ମଛିରେ ବିଶାଳ ଲୁହାର ପ୍ଲେଟ ରହିଛି । ଯାହାଉପରେ ପଥର ରହିବା ପରେ ୫୨ ଟନର ଚୁମ୍ବକ ରଖାଯାଇଥିଲା । ଯେଉଁଥିପାଇଁ ମନ୍ଦିର ଭିତରେ ଥିବା ସୂର୍ଯ୍ୟଙ୍କର ମୂର୍ତ୍ତି ଭୂମିଠାରୁ ଉପରେ ଭାସୁଥିଲା ବୋଲି କୁହାଯାଏ । ତେବେ ବଡ଼ ଚୁମ୍ବକ କାରଣରୁ ସମୁଦ୍ରରେ ଯାଉଥିବା ଯାହାଜ ମାନ ସବୁ ତାର ଦିଗକୁ ହରାଇ ବସୁଥିଲେ । ଯେଉଁଥିପାଇଁ ବିଦେଶି ମାନେ ଏହି ଚୁମ୍ବକକୁ ଭାଙ୍ଗି ନେଇଯାଇଥିଲେ । ଯାହାଫଳରେ ମନ୍ଦିରରେ ଚୁମ୍ବକ ପାଇଁ ସନ୍ତୁଳିତ ହୋଇ ରହିଥିବା ପଥରଗୁଡ଼ିକ ମଧ୍ୟ ସେମାନଙ୍କର ସନ୍ତୁଳନକୁ ହରାଇଥିଲେ ଏବଂ ମନ୍ଦିର ପୁରା ଭାଙ୍ଗି ଯାଇଥିଲା ।

କିନ୍ତୁ ଏହି ଚୁମ୍ବକକୁ ନେଇ ଇତିହାସରେ ବର୍ଣ୍ଣନା ନାହିଁ । ୧୫୬୮ ରେ ମୋଗଲମାନଙ୍କର ଅକ୍ତିଆରରେ ଥିଲା । ଯେଉଁମାନେ ମନ୍ଦିରକୁ ଲଗାତାର ଭାଙ୍ଗିବା ପାଇଁ ପ୍ରୟାସ କରୁଥିଲେ । ଯେଉଁଥିପାଇଁ ମନ୍ଦିରରୁ ସୂର୍ଯ୍ୟଙ୍କର ମୂର୍ତ୍ତିକୁ ବାହାର କରି ବାଲିରେ ଏକ ବର୍ଷ ପର୍ଯ୍ୟନ୍ତ ପୋତି ରଖିଥିଲେ । ଆଉ ଏହାପରେ ମୂର୍ତ୍ତିିକୁ ବାହାର କରି ପୁରୀକୁ ପଠାଇ ଦିଆଯାଇଥିଲା । ଜଗନ୍ନାଥ ମନ୍ଦିର ପାଖରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ରଖିଦିଆଯାଇଥିଲା । ଏମିତି ବି କୁହାଯାଏ କି, ନୂଆଦିଲ୍ଲୀର ରାଷ୍ଟ୍ରିୟ ସଂଗ୍ରହାଳୟରେ ମୂର୍ତ୍ତିି ରଖାଯାଇଛି ।

Get real time updates directly on you device, subscribe now.