fbpx
BSKY SKY
BSKY SKY

ଆଜି ଦୁର୍ଗା ଅଷ୍ଟମୀରେ ଦୁର୍ଲଭ ସଂଯୋଗ: ଜାଣନ୍ତୁ ଏହାର ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି

BSKY

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବା ଦେବୀଙ୍କର ଏକ ବିଷେଶ ମହତ୍ୱ ଏବଂ ମୂହୁର୍ତ୍ତ ରହିଥାଏ । ସେସହି ସମୟରେ ତାଙ୍କୁ ପୂଜା କଲେ ଦେବାଦେବୀଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର ସବୁଠି ମା ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ଚାଲିଛି । ତେବେ ଏହି ଦୁର୍ଗା ପୂଜା ଚଳିତ ବର୍ଷ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି, ଯାହାକି ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସମୟ ମଧ୍ୟରେ ମା ଦୁର୍ଗା ଧରା ପୃଷ୍ଟକୁ ଅବତରଣ କରିଥାନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ ତାଙ୍କର କୃପା ଦୁଷ୍ଟି ପକାଇଥାନ୍ତି ।

ଏହାରି ମଧ୍ୟରେ ନବରାତ୍ରୀ ପାଳନ କରାଯାଏ ଯେଉଁଥିରେ ମାଙ୍କ ବିଭିନ୍ନ ଅବରାତକୁ ପୂଜା କରାଯାଏ । ତେବେ ଅକ୍ଟୋବର ୩ ତାରିଖ ଅର୍ଥାତ ଆଜି ହେଉଛି ନବରାତ୍ରୀର ଅଷ୍ଟମୀ ତିଥି ,ଯାହାକୁ ମାଙ୍କ ମହା ଅଷ୍ଟମୀ ବୋଲି କୁହାଯାଇଥାଏ । ଏହି ଦିନ ମହୁତ ମହତ୍ୱ ପୂର୍ଣ୍ଣ ହୋଇଥାଏ । ଖାସ କରି ଚଳିତ ବର୍ଷରେ ଏକ ଶୁଭ ଯେଗ ପଡୁଛି ଯାହାକୁ ଶୋଭନ ଯୋଗ ବୋଲି କୁହାଯାଏ ତେଣୁ ଏହି ଯୋଗରେ ମା ଦୁର୍ଗାଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମଧ୍ୟ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଷ୍ଟମୀ ଏବଂ ଶୋଭନ ଯୋଗର ଶୁଭ ମୁହୁର୍ତ୍ତ ।

କଣ ଏହି ଶୋଭନ ଯୋଗ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଭନ ଯୋଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ମା ଙ୍କ ପୂଜା କରିବା ବହୁତ ଶୁଭ ହୋଇଥାଏ । ଏତତ୍ ବ୍ୟତୀତ ଏହି ସମୟରେ ଯଦି ଆପଣ କେଉଁ ସ୍ଥାନକୁ ଯାତ୍ରା କରିଥାନ୍ତି ଏହା ମଧ୍ୟ ଅନେକ ଶୁଭ ଫଲ ପ୍ରଦାନ କରିଥାଏ । ଶଓବନ ଯୋଗରେ ଯାତ୍ରା କରିବା ଦ୍ୱାରା ଜୀବନରେ କୌଣସି ସମସ୍ୟା ଆସି ନଥାଏ ଏବଂ ସଫଳତା ପ୍ରାପ୍ତି ହୋଇଥାଏ । ସେହି ପରି ଯେଉଁ ଜାତକରେ ଶୋଭନ ଯୋଗ ରହିଥାଏ ସେହି ଜାତକର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ମିଳିବା ସହ ଧନବାନ ମଧ୍ୟ ହୋଇଥାନ୍ତି । ଏଥିସହିତ ଏହି ଜାତକର ବ୍ୟକ୍ତିମାନେ ତାଙ୍କ ସନ୍ତାନ ମାନଙ୍କ ନିକଟରୁ ଅନେକ ସୁଖ ପାଇଥାନ୍ତି ଏବଂ ସେମାନଙ୍କ ସନ୍ତାନମାନେ ସମସଜରେ ମାନ-ସମ୍ମାନର ପାତ୍ର ହୋଇଥାନ୍ତି ।

ମହା ଅଷ୍ଟମୀର ଶୁଭ ମୁହୁର୍ତ୍ତ: ଚଳିତ ବର୍ଷ ମହା ଅଷ୍ଟମୀ ୩ ଅକ୍ଟୋବର ଅର୍ଥାତ ଆଜି ପଡୁଛି । ଏହି ଶୁଭ ମୁହୁର୍ତ୍ତ ୨ ଅକ୍ଟୋବର ସନ୍ଧ୍ୟା ୫ ଟା ୧୪ ମିନିଟରୁ ଆରମ୍ଭ ହୋଇ ୩ ଅକ୍ଟୋବର ଅପରାହ୍ନ ୨ ଟା ୨୨ ମିନିଟ ପର୍ଯ୍ୟନ୍ତ ରହୁଛି । ଏହି ସମୟରେ ମାଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ଦୁର୍ଗା ଅଶ୍ଟମୀ ଦିନ କନ୍ୟା ପୂଜନ ମଧ୍ୟ କରାଯାଇଥାଏ । ଏପରି କରିବା ଦ୍ୱାରା ମାଙ୍କ କୃପା ଦୃଷ୍ଟି ପଡିବା ସହ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ ।

Get real time updates directly on you device, subscribe now.