fbpx

ଆଫଗାନିସ୍ତାନରେ ରାଷ୍ଟ୍ରପତି ଭବନ ଉପରେ ହୋଇଥିବା ରକେଟ୍ ହମଲାର ମାଷ୍ଟରମାଇଣ୍ଡ୍ ଗିରଫ

କାବୁଲ୍: ଆଫଗାନିସ୍ତାନର କାବୁଲ୍ ସହରରେ ଇଦ୍ ସମୟରେ ନମାଜ ପାଠ ହେଉଥିବା ସମୟରେ ରାଷ୍ଟ୍ରପତି ଭବନ ଉପରେ ହୋଇଥିବା ରକେଟ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗୃହ ମନ୍ତ୍ରାଳୟର ପ୍ରବକ୍ତା ମିରୀୱାଇସ୍ ଷ୍ଟେନକେଜଈ ଗଣମାଧ୍ୟମ ସାମନାରେ କହିଛନ୍ତି ଯେ, କାବୁଲର ପିଡି୫ରେ ଅଫଗାନ୍ ଯବାନଙ୍କ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏମାନଙ୍କୁ ଗିରଫ କରାଯାଇଛି ।

 

ସେ କହିଛନ୍ତି ଯେ, ହମଲାର ପୂରା ଯୋଜନା କରିଥିବା ଅଭିଯୁକ୍ତ ମୋମେନ୍ ଓ ଅନ୍ୟ ୩ ଜଣ ସାମିଲ ରହିଥିଲେ । ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ସମସ୍ତେ ତାଲିବାନର ସଦସ୍ୟ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରେ ରାଷ୍ଟ୍ରପତି ଭବନରେ ଅନେକ ବରିଷ୍ଠ ମନ୍ତ୍ରୀ ମାନେ ଇଦ୍ ଅବସରରେ ନମାଜ ପାଠ କରୁଥିବା ସମୟରେ ତାଲିବାନ୍ ମାନେ ଭବନର ପାଖରେ ତିନୋଟି ରକେଟ୍ ହମଲା କରିଥିଲେ । ଯାହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

ନମାଜ ପାଠରେ ରାଷ୍ଟ୍ରପତି, ଭବନର ଅନେକ ଅଧିକାରୀ, ସୈନ୍ୟ ଅଧିକାରୀ ଳଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ରକେଟ୍ ହମଲା ପରେ ବି ସେମାନେ ନମାଜ ପାଠ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.