fbpx
BJD SKY
BJD SKY

‘ମାଷ୍ଟରଷ୍ଟ୍ରୋକ୍: ୪୨୦’… ମୋଦୀଙ୍କ ସମ୍ପର୍କରେ ପ୍ରକାଶ ପାଇଲା ପୁସ୍ତକ

BJD

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ମୋଦୀଙ୍କ ରାଜନୀତିକ ସଫଳତାର ରହସ୍ୟକୁ ନେଇ ପ୍ରକାଶ ପାଇଲା ଇ-ବୁକ୍ ତଥା ଡିଜିଟାଲ୍ ପ୍ଲାଟଫର୍ମ ପୁସ୍ତକ ମାଷ୍ଟରଷ୍ଟ୍ରୋକ୍: ୪୨୦ । ତେବେ ଏହି ପୁସ୍ତକକୁ ନେଇ ସାଧାରଣରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଭଳି ଭିନ୍ନ ଧରଣର ଇ-ବୁକ୍ ଆମାଜନ୍ ପ୍ରକାଶ କରିଥିଲାବେଳେ ଲେଖକ ‘ବେରୋଜଗାର ଭକ୍ତ’ ବୋଲି ଦର୍ଶାଯାଇଛି । ତେବେ ପୁସ୍ତକ ସମ୍ପର୍କରେ ଅଧିକ ଜାଣିଲେ ଯେକେହି ହଠାତ୍ ଆଶ୍ଚର୍ଯ୍ୟ ନହୋଇ ରହିପାରିବନି ।

ସୂଚନା ଅନୁସାରେ ପ୍ରକାଶିତ ଇ-ବୁକରେ ମୋଦିଜୀ କିଭଳି ଦେଶରେ ନିଯୁକ୍ତି ପ୍ରକ୍ରିୟାକୁ  ସଫଳତାର ତ୍ୱରାନ୍ୱିତ କରିପାରିଛନ୍ତି, ସେଦିଗକୁ ସୂଚାଇବାକୁ ପ୍ରୟାସ କରାଯାଇଥିବା କୁହାଯାଉଥିବାବେଳେ ୪୨୦ଟି ପଏଣ୍ଟ୍ ରହିଛି । କିନ୍ତୁ ବଡ଼ ଆଶ୍ଚର୍ଯ୍ୟଜନକ କ୍ରମରେ ଏହି ବହିଟିର ୫୬ଟି ଯାକ ପୃଷ୍ଟା ସମ୍ପୂର୍ଣ୍ଣ ଖାଲି ରହିଛି । ଅର୍ଥାତ୍ ପୂରା ଫାଙ୍କା ପୃଷ୍ଠାରେ ପ୍ରସ୍ତୁତ ହୋଇଛି ବହି । ଏହାକୁ ନେଇ ଅନେକ ଲୋକ ବିଭିନ୍ନ ମତ ପ୍ରକାଶ କରିଛନ୍ତି ।

Masterstroke e-book on Modi #OdishaBhaskar

ଅଧିକାଂଶ ଏଭଳି ପୁସ୍ତକକୁ ପ୍ରଶଂସା କରିବା ସହ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏକ ଅଭିନବ ଉପାୟରେ ସମାଲୋଚନାମୂଳକ ପୁସ୍ତକ ବୋଲି କହୁଥିବା ମଧ୍ୟ ଦେଖାଯାଇଛି । ଅନ୍ୟପକ୍ଷରେ ‘ଦ ଡେଲି ଗାର୍ଡିଆନ୍ ବେଷ୍ଟ ସେଲର୍ ପୁସ୍ତକ’ ବୋଲି ଇଣ୍ଟରନେଟ୍ ପୋଷ୍ଟରେ ଉଲ୍ଲେଖ କରାଯିବା ସହ ମୋଦିଜୀ ନିଜେ ଉଲ୍ଲେଖ କରିବା ଭଳି ଲେଖାଯାଇଛି ଯେ ‘ଆମାଜନ୍ ମୋ ସମ୍ପର୍କିତ ପୁସ୍ତକ ପ୍ରକାଶ କରିଛି, ଯେଉଁଥିରେ ୫୬ଟି ଖାଲି ପୃଷ୍ଟା ରହିଛି । ସେହିପରି ଏହି ପୁସ୍ତକର ମୂଲ୍ୟ ସମ୍ପୂର୍ଣ୍ଣ ମାଗଣା ବୋଲି ଉଲ୍ଲେଖ ରହିଛି । ଏଭଳି ଏକ ଭିନ୍ନ ଢଙ୍ଗର ପୁସ୍ତକକୁ ନେଇ ସମ୍ପ୍ରତି ସୋସିଆଲ୍ ମିଡିଆରେ ମଧ୍ୟ ଟ୍ରେଣ୍ଡିଂ ଜୋର୍ ଧରିଛି ।

Get real time updates directly on you device, subscribe now.