fbpx

ସଂଘର୍ଷ କରି ନାଁ କରିଥିଲେ, ଅତି ସହଜରେ ଫସିଗଲେ!

ନୂଆଦିଲ୍ଲୀ: ରେସଲର ସାଗର ଧନଖଡ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ ପଦକ ବିଜେତା ସୁୁଶୀଲ କୁମାରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ସୁଶୀଲ କୁମାରଙ୍କ ଏକ ଫ୍ଲାଟ ଅଛି ଯାହା ତାଙ୍କ ପତ୍ନୀ ସାବି ସେହରାବତଙ୍କ ନାମରେ ରହିଛି  । ଏହି ଫ୍ଲାଟକୁ ନେଇ ସୁଶୀଲ କୁମାରଙ୍କ ସାଗରଙ୍କ ସହ ବିବାଦ ହୋଇଥିଲା । ମଡେଲ ଟାଉନର ଡି ୧୦/୬ ବ୍ଲକର ଫ୍ଲାଟକୁ ନେଇ ସୁଶୀଲ ଏବଂ ସାଗରଙ୍କ ମଧ୍ୟରେ ବିବାଦର କାରଣ ପାଲଟିଥିଲା, ଯାହାକୁ ନେଇ ସାଗରଙ୍କ ହତ୍ୟା ହୋଇଥିଲା ଆଉ ଏବେ ରେସଲର ସୁଶୀଲ ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି । ମହାବଳୀ ସତପାଲଙ୍କ ଠାରୁ କୁସ୍ତି ଶିଖିବା ପାଇଁ ସୁଶୀଲ ତାଙ୍କ ଘରକୁ ଯାଉଥିଲେ ।

୧୮ ଫେବ୍ରୁଆରି ୨୦୧୧ରେ ସୁଶୀଲଙ୍କର ସତପାଲଙ୍କ ଝିଅ ସାବି ସହରାବତଙ୍କ ସହ ବିବାହ ହୋଇଥିଲା  । ହେଲେ ଆଶ୍ଚର୍ଯ୍ୟର କଥା ସୁଶୀଲ ବିବାହ ପୂର୍ବରୁ ସହରାବତଙ୍କୁ ଦେଖିବିନଥିଲେ । ୨୦୧୦ରେ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଦିଲ୍ଲୀରେ ତାଙ୍କର ନିର୍ବନ୍ଧ ହୋଇଥିଲା । ଏହାପର ବର୍ଷ ୨୦୧୧ରେ ଉଭୟଙ୍କ ବିବାହ ହୋଇଥିଲା । ସୁଶୀଲଙ୍କ ବିବାହରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ବର୍ତ୍ତମାନର ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଅସ୍କର ଫର୍ଣ୍ଣାବିସ, ପୂର୍ବତନ କ୍ରିକେଟ ଅଧିନାୟକ କପିଲ ଦେବ, ପୂର୍ବତନ ହକି ଅଧିନାୟକ ଜଫର ଇକବାଲ, ପୂର୍ବ ସନ୍ତରକ ଖଜାନ ସିଂହ, କୁସ୍ତି ଜଗତର କେତେକ ନାମୀ କୋଚ ଯୋଗଦେଇଥିଲେ । ତାଙ୍କ ନିକଟତର ଲୋକଙ୍କ କହିବା ଅନୁଯାୟୀ ସୁଶୀଲ ଲାଜକୁଳା ସ୍ୱଭାବର ଲୋକ । ତାଙ୍କ ପାଖରେ ଖ୍ୟାତି,ସମ୍ମାନ, ଧନ ସବୁକିଛି ଥିଲା । ବିଜ୍ଞାପନ ମାଧ୍ୟମରେ ସେ ବେଶ୍ ଭଲ ରୋଜଗାର କରୁଥିଲେ । ଏପରିକି ତାଙ୍କୁ ରେଳବାଇରେ ମଧ୍ୟ ଚାକିରି ମିଳିଥିଲା ।

ତେବେ ସମ୍ପ୍ରତି ସୁଶୀଲଙ୍କ ଉପରେ ହୋଇଥିବା ଅଭିଯୋଗକୁ ନେଇ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୁଶୀଲ ଜଣେ ସାଧାରଣ ପରିବାରରୁ ଆସିଥିବା ବେଳେ ତାଙ୍କ ପିତା ସରକାରୀ ବିଭାଗରେ ଡ୍ରାଇଭର ଭାବେ କାମ କରୁଥିଲେ । ଏବେ ବିବାଦ ଉପୁଜିବା ପରେ ଉତ୍ତର ରେଳବାଇ ସୁଶୀଲ କୁମାରଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତୁତି କରିସାରିଛି । ଏହା ସହ ସୁଶୀଲ କୁମାରଙ୍କ ଠାରୁ ସମସ୍ତ ପଦକ ଫେରାଇନେବାକୁ ଦାବି ଉଠିଛି । ତେବେ ଯଦି ତାଙ୍କଠାରୁ ସବୁ ପଦକକୁ ଫେରାଇ ନିଆଯାଏ ତାହଲେ ଏହା ତାଙ୍କ ପାଇଁ ସଫଳତାର ଶୀର୍ଷରୁ ଚଟାଣରେ ପଡ଼ିବା ସହ ସମାନ ହେବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.