fbpx

ବିବାହ ପୂର୍ବରୁ ହେବ ମ୍ୟାଚ : ଚୋପ୍ରା vs ଚଡ୍ଡା

ନୂଆଦିଲ୍ଲୀ : ସାଂସଦ ଆମ ଆଦମୀ ପାର୍ଟୀର ରାଘବ ଚଡ୍ଡା ଏବଂ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଜସ୍ଥାନର ଉଦୟପୁରରେ ସେପ୍ଟେମ୍ବର ୨୪ରେ ଦୁହିଁଙ୍କ ମଧ୍ୟରେ ରାଜକୀୟ ଭାବରେ ବିବାହ ହେବ । ବର୍ତ୍ତମାନ ଦୁହିଁଙ୍କର ପରିବାରର ଲୋକେ ଦିଲ୍ଲୀରେ ଅଛନ୍ତି । ବର୍ତ୍ତମାନ ଦୁହିଁଙ୍କର ପ୍ରୀ-ୱେଡିଙ୍ଗ ସୁଟ ହେବ । ଏହା ପରେ ଏକ ସ୍ୱତନ୍ତ୍ର ପୂଜା ଅଛି, ପୂଜା ପରଠାରୁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ ।

ସୁଚନାଯୋଗ୍ୟ ଯେ, ବିବାହ ପୂର୍ବରୁ ଚୋପ୍ରା ପରିବାର ଏବଂ ଚଡ୍ଡା ପରିବାର ମଧ୍ୟରେ ଏକ କ୍ରିକେଟ ମେଚ ହେବ । ପ୍ରୀ-ୱେଡିଙ୍ଗ ସୁଟ ମଧ୍ୟରେ ଏହି ଖେଳ ରଖାଯାଇଛି । ଚୋପ୍ରା ଏବଂ ଚଡ୍ଡା ପରିବାର ମଧ୍ୟରେ ହେବାକୁ ଥିବା ଏହି ଖେଳ ଅତି ରୋମାଞ୍ଚକ ହେବ । ରାଘବଙ୍କ ସାଙ୍ଗମାନେ ମଧ୍ୟ ଏହି ଖେଳରେ ଭାଗ ନେବେ ବୋଲି କୁହାଯାଇଛି । ଏହି ମେଚଟିକୁ ଦିଲ୍ଲୀରେ ଖେଳାଯିବ । ମେଚ ପରେ ବିବାହର ପ୍ରସ୍ତୁତି କରିବା ପାଇଁ ଦୁହିଁଙ୍କ ପରିବାର ଉଦୟପୁର ଯିବେ । ସେଠାରେ ସେପ୍ଟେମ୍ବର ୨୩ରୁ ବିବାହର ନିତିନିୟମ ଆରମ୍ଭ ହେବ ।

ରାଘବ ଏବଂ ପରିଣୀତିଙ୍କ ବିବାହକୁ ନେଇ ଫେନସ ମାନେ ବହୁତ ଖୁସି ଅଛନ୍ତି । ଚଳିତ ବର୍ଷ ମେ ୧୩ ରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା । ଶୁଣିବାକୁ ମିଳୁଛି ଯେ, ସେପ୍ଟେମ୍ବର ୧୭ରୁ ଦିଲ୍ଲୀରେ ବିବାହର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି ।

Get real time updates directly on you device, subscribe now.