fbpx

ଋଷରେ ସେବା ବନ୍ଦ କଲା ମାଷ୍ଟରକାର୍ଡ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ନେଲା ଏଭଳି ପଦକ୍ଷେପ

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୧୧ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧ ଯୋଗୁଁ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ୟୁକ୍ରେନର ଅନେକ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏମିତିକି ଭୟରେ ୟୁକ୍ରେନ ଛାଡ଼ିଛନ୍ତି ଲକ୍ଷ ଲକ୍ଷ ନାଗରିକ । ବିଭିନ୍ନ ସ୍ତରରେ ଯୁଦ୍ଧକୁ ରୋକିବା ପାଇଁ ଚାଲିଛି ପ୍ରାୟସ । କୂଟନୈତିକ ସ୍ତରରେ ଯୁଦ୍ଧ ରୋକିବାକୁ ମଧ୍ୟ ପ୍ରୟାସ କରାଯାଉଛି  ।

ସେପଟେ ଋଷରେ ମଧ୍ୟ ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଉଛି । ଏହାରି ମଧ୍ୟରେ ଋଷରେ ସେବା ବନ୍ଦ କରିଛନ୍ତି ମାଷ୍ଟରକାର୍ଡ ଓ ଭିସା କମ୍ପାନୀ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ସେବା ବନ୍ଦ କରିଛନ୍ତି ଦୁଇ କମ୍ପାନୀ । ଋଷର ବିଭିନ୍ନ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା କାର୍ଡରେ ସେବା ମିଳିବନି ବୋଲି କହିଛି ମାଷ୍ଟରକାର୍ଡ ।

ଋଷ ଉପରେ ଲାଗିଥିବା ଅନେକ ଆର୍ଥିକ ପ୍ରତିବନ୍ଧକ ପରେ ଅନେକ କମ୍ପାନୀମାନେ ଦେଶରେ ନିଜର ବ୍ୟବସାୟକୁ ନେଇ ଏକ ରିଭ୍ୟୁ କରିଛନ୍ତି ଏବଂ କାରବାର ବନ୍ଦ କରିବା କିମ୍ବା ଅସ୍ଥାୟୀ ଭାବରେ ସେବା ପ୍ରଦାନ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ମାଷ୍ଟରକାର୍ଡ ଓ ଭିସା ଋଷରେ ନିଜ ଅପରେସନ ସସପେଣ୍ଡ କରିବା ପାଇଁ ଘୋଷଣା କରିଛନ୍ତି । ଯାହା ଋଷର ଫାଇନାନ୍ସିଆଲ ସିଷ୍ଟମ ପାଇଁ ଏକ ବଡ ଝଟକା କହିଲେ ଭୁଲ ହେବନି । ଋଷ ବ୍ୟାଙ୍କ ଦ୍ୱାରା ଇସ୍ୟୁ କରାଯାଇଥିବା ମାଷ୍ଟର କାର୍ଡ ଏବେ ତାର ନେଟୱାର୍କ କୁ ସପୋର୍ଟ କରିବନି । ଏଥିସହ ଋଷ ବାହାରର କୌଣସି ଦେଶରୁ ଇସ୍ୟୁ କରାଯାଇଥିବା କାର୍ଡ ଋଷର ଷ୍ଟୋର କିମ୍ବା ଏଟିଏମରେ କାମ କରିବନି ଏବଂ ଗ୍ରାହକ, ପାର୍ଟନର୍ସ ଓ ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ବୋଲି ମାଷ୍ଟରକାର୍ଡ କହିଛି ।

ସମାନ ଢଙ୍ଗରେ ଆସନ୍ତା ସମୟରେ ଋଷରେ ସମସ୍ତ ଭିସା ଟ୍ରାନ୍ସାକସନ ବନ୍ଦ କରିବା ପାଇଁ କ୍ଲାଏଣ୍ଟସ ଙ୍କ ସହ ଆଲୋଚନା ଚାଲିଛି ବୋଲି ଭିସା କହିଛି । ଏମିତି ନିଷ୍ପତି ନେବା ପାଇଁ ପରିସ୍ଥିତି ବାଧ୍ୟ କରିଥିବା ଭିସା ଚେୟାରମ୍ୟାନ ଅଲ କେଲୀ କହିଛନ୍ତି । ବିଶ୍ୱର ଅନେକ ଦେଶ ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷ ଓ ସେଠିକାର ନାଗରିକଙ୍କ ଉପରେ ଆର୍ଥିକ ଚାପ ପକାଉଛନ୍ତି । ଏହାବାଦ ଆଡୋବେ ଋଷରେ ନିଜ ସେବା ବନ୍ଦ କରିଛି । ପୁମା ମଧ୍ୟ ସେଠାରେ ନିଜ ସିପମେଣ୍ଟ ପଠାଇବା ବନ୍ଦ ସହ ଷ୍ଟୋର ବନ୍ଦ କରିବା ନେଇ ଘୋଷଣା କରିଛି । ଏହାପୂର୍ବରୁ ଆପଲ ଓ ସାମସଙ୍ଗ ଋଷର ନିଜ ଉତ୍ପାଦ ବିକ୍ରି ବନ୍ଦ କରିସାରିଛନ୍ତି ।

Get real time updates directly on you device, subscribe now.