fbpx

୪ ୱିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ: ଷ୍ଟାଇଲରେ ମ୍ୟାଚ ଫିନିଶ କଲେ ମାଥ୍ୟୁ ୱେଡ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ୪ ବଲ ପୂର୍ବରୁ ଏହି ମ୍ୟାଚକୁ ଦଳ ନିଜ କବଜାରେ କରିଛି । କ୍ୟାମରନ ଗ୍ରୀନ ଏବଂ ମାଥ୍ୟୁ ୱେଡଙ୍କ ଧୂଆଁଧାର ପାଳି ଯୋଗୁଁ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ସେପଟେ ପ୍ରଥମ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଭାରତୀୟ ଫାଷ୍ଟ ବୋଲର ।

ମୋହାଲୀର ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୨୦୮ ରନର ପିଛା କରି ସୁନ୍ଦର ଆରମ୍ଭ କରିଥିଲେ ଅଧିନାୟକ ଆରନ ଫିଞ୍ଚ ଏବଂ କାମରନ ଗ୍ରୀନ । ତେବେ ୩୯ ରନର ଭାଗିଦାରୀ ପରେ ଫିଞ୍ଚଙ୍କୁ ଆଉଟ କରି ଦଳକୁ ପ୍ରଥମ ଝଟକା ଦେଇଥିଲେ ଅକ୍ସର ପଟେଲ । ଏହାପରେ ସ୍ମିଥ ଏବଂ ଗ୍ରୀନ ମଧ୍ୟ ଭଲ ଲୟରେ ଚାଲୁଥିଲେ । କିନ୍ତୁ ପୁଣିଥରେ ଏମାନଙ୍କ ମଝିରେ ଆସି ଡେଞ୍ଜର କାମରନ ଗ୍ରୀନଙ୍କୁ ୬୧ ରନରେ ପାଭିଲିୟନ ପଠାଇଥିଲେ । ତେବେ ଏହି ସମୟରେ ଭାରତ ପୁଣି ଥରେ କମବ୍ୟାକ କରିଥିଲା । ଲଗାତାର ୩ଟି ୱିକେଟ ଅକ୍ତିଆର କରି ମ୍ୟାଚର ଗତପଥ ବଦଳାଇ ଦେଇଥିଲା ଟିମ ଇଣ୍ଡିଆ ।

Image

କିନ୍ତୁ ଏହାପରେ ମଇଦାନକୁ ଆସିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ । ୨୧ ବଲରୁ ୪୫ ରନର ଏକ ଦ୍ରୁତ ଏବଂ ବିସ୍ଫୋରକ ଇନିଂସ ବଳରେ ସେ ଦଳକୁ ଦମଦାର ବିଜୟ ଭେଟି ଦେଇଛନ୍ତି । ଆଜିର ମ୍ୟାଚରେ ଭାରତକୁ ଡେଥ ଓଭର ସ୍ପେଶାଲିଷ୍ଟ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଛି । ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ସମେତ କମବ୍ୟାକ କରୁଥିବା ଉମେଶ ଯାଦବ ମଧ୍ୟ ଖୁବ ରନ ଲୁଟାଇଛନ୍ତି ।

Get real time updates directly on you device, subscribe now.