ଆଜିଠୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାଙ୍କନ, ୧,୨୦୦ ଶିକ୍ଷକ-ଶିକ୍ଷୟିତ୍ରୀ ସାମିଲ

ଆଜିଠୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ସରିବା ପରେ ଆଜିଠୁ ଆରମ୍ଭ ଖାତାଦେଖା ପ୍ରକ୍ରିୟା । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି ।

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ ହୋଇଥିଲା । ଏହି ପ୍ରେସମିଟରେ ସୂଚନା ଦିଆଯାଇଥିଲା ଯେ, ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ । ତେବେ ମୋଟ ୫୧ଟି କେନ୍ଦ୍ରରେ ଏହି ଖାତା ଦେଖା ପାଇଁ ବ୍ୟବସ୍ଥା କରାଯାଇଛି । ୧୨ଶହ ଶିକ୍ଷକ-ଶିକ୍ଷୟିତ୍ରୀ ଖାତାଦେଖାରେ ସାମିଲ ହେବେ ।