fbpx

ବାତ୍ୟା ଓ କରୋନା ପାଇଁ ୭ ଦିନ ଘୁଞ୍ଚିଲା ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା, ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରସ୍ତାବୁ ଆଧାର କରି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ ଆସନ୍ତା ଜୁନ୍ ମାସ ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଅପଲୋଡ୍ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେ ୩୧ ତାରିଖ ସୁଦ୍ଧା ମାର୍କ ଅପଲୋଡ୍ କରିବାକୁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର ରେଜିଷ୍ଟର ୧୫ ତାରିଖ ସୁଦ୍ଧା ମେଣ୍ଟର ସ୍କୁଲମାନଙ୍କରେ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା । ଆସନ୍ତା ୨୪ ତାରିଖ ସୁଦ୍ଧା ଟାବୁଲେସନ ରେଜିଷ୍ଟର ଯାଞ୍ଚ ପ୍ରକ୍ରିୟା ଶେଷ ହେବାର ଥିଲା । ବିଧିବଦ୍ଧ ଭାବେ ଜୁନ ୩୦ ତାରିଖରେ ଫଳ ପ୍ରକାଶ ନିମନ୍ତେ ସ୍ଥିର ହୋଇଥିଲା । ମାତ୍ର ଆସନ୍ତା ୨୬ରେ ବାତ୍ୟା ଆଶଙ୍କା ଥିବାରୁ କିଛିଦିନ ପାଇଁ ମୂଲ୍ୟାୟନ କାର୍ଯ୍ୟକୁ ଘୁଞ୍ଚାଇବାକୁ ବୋର୍ଡଙ୍କୁ ନିବେଦନ କରାଯାଇଥିଲା । ତେବେ ଫଳ କେବେ ପ୍ରକାଶ ପାଇବ ସେ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

Get real time updates directly on you device, subscribe now.