fbpx

ଆସନ୍ତା ୨୪ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍

ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଦଶମ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍ କରାଯିବ । ଅନଲାଇନ ଲିଙ୍କ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ମାର୍କ ଅପଲୋଡ୍ ସଂକ୍ରାନ୍ତ ସମସ୍ତ ସୂଚନା ଓ ନିର୍ଦ୍ଦେଶାବଳୀ ବୋର୍ଡ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ । ଏ ବିଷୟରେ ମେଣ୍ଟର ସ୍କୁଲ ସମେତ ଅନ୍ୟ ସ୍କୁଲମାନଙ୍କୁ ସୂଚନା ମଧ୍ୟ ଦିଆଯାଇଛି । ଗତ ୧୨ ତାରିଖରୁ ମେଣ୍ଟର ସ୍କୁଲ ପରିସରରେ ଚାଲିଥିବା ଦଶମ ପରୀକ୍ଷାର୍ଥୀଙ୍କ ମାର୍କ ଯାଞ୍ଚ ଶେଷ ହୋଇଛି । ମାର୍କ ଅପଲୋଡ କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରିବାକୁ ବୋର୍ଡ ପକ୍ଷରୁ ମେଣ୍ଟର ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.