fbpx

କ୍ଷୁବ୍ଧ ମାୟାବତୀ ପରାଜୟ ପାଇଁ ମିଡିଆକୁ ଦେଲେ ଦୋଷ, ଟିଭି ଡିବେଟକୁ ବୟକଟ୍ ଘୋଷଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ଅତି ଶୋଚନୀୟ ପରାଜୟ ଭୋଗିଛି ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି। ତେବେ ପରାଜୟରୁ ଶିକ୍ଷା ନେବା କଥା କହୁଥିବା ମାୟାବତୀ ବିଧାନସଭା ନିର୍ବାଚନରେ ଦଳର ଏମିତି ସ୍ଥିତି ନେଇ ଗଣମାଧ୍ୟମଙ୍କୁ ଦାୟୀ କରିଛନ୍ତି। କେବଳ ଏତିକି ନୁହେଁ ପରାଜୟରେ କ୍ଷୁବ୍ଧ ମାୟାବତୀ ତାଙ୍କ ପାର୍ଟି ଟିଭି ଚ୍ୟାନେଲର ଡିବେଟକୁ ବୟକଟ୍ କରୁଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି ବିଏସପିର ଏବେ କୌଣସି ମୁଖପାତ୍ର ଟିଭି ଚ୍ୟାନେଲରେ କୌଣସି ବି କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ। ବିଏସପି ସୁପ୍ରିମୋ ଟୁଇଟ୍ କରି ନିଜ ନିଷ୍ପତ୍ତି ବିଷୟରେ ଶନିବାର ସୂଚନା ଦେଇଛନ୍ତି।

ମାୟାବତୀ କହିଛନ୍ତି, ମିଡିଆ ନିଜ ଆକାଙ୍କ ନିର୍ଦ୍ଦେଶରେ ଜାତିବାଦୀ ଆଭିମୁଖ୍ୟ ଆପଣେଇଲେ ଏବଂ ବିଏସପିକୁ କ୍ଷତି ପହଞ୍ଚାଇବାର କାମ କଲେ। ଜାତିବାଦୀ ଦ୍ଵେଷପୂର୍ଣ୍ଣ ଏବଂ ଘୃଣିତ ଆଭିମୁଖ୍ୟ ଆପଣେଇ ଆମ୍ଵେଦକର ଏବଂ ବିଏସପି ଅଭିଯାନକୁ କ୍ଷତି ପହଞ୍ଚାଇବାର କାମ କଲେ। ଏଥିପାଇଁ ପାର୍ଟିର ସମସ୍ତ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ, ଧର୍ମବୀର ଚୌଧୁରୀ, ଡ.ଏମ ଏଚ ଖାନ, ଫୈଜାନ ଖାନ ଏବଂ ସୀମା କୁଶଓ୍ଵାହା ଏବେ ଟିଭି ଚ୍ୟାନେଲର କୌଣସି ଡିବେଟ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ।

 

ଏହା ପୂର୍ବରୁ ଶୁକ୍ରବାର ସକାଳେ ମାୟାବତୀ ପରାଜୟକୁ ନେଇ କହିଥିଲେ ଯେ, ଏଥିରୁ ଆହୁରି ଖରାପ ଅବସ୍ଥା ବିଏସପି ପାଇଁ କଣ ହୋଇପାରେ। ଏହି ପରାଜୟରୁ ଆମେ ଉଚିତ୍ ଶିକ୍ଷା ନେବୁ ଏବଂ ଭବିଷ୍ୟତରେ କ୍ଷମତା ହାସଲ କରିବା ପର୍ଯ୍ୟନ୍ତ ନିରାଶ ହୋଇ ବସିବୁ ନାହିଁ। ମାୟାବତୀ ଏହା ମଧ୍ୟ କହିଛନ୍ତି, ସପା ପକ୍ଷରୁ ଏହି ଗୁଜବ ପ୍ରଚାର କରାଗଲା ଯେ, ବିଏସପି ବିଜେପିର ବି ଟିମ୍। ଏଥିରେ ଆମ ଦଳର କ୍ଷତି ଘଟିଲା। ପୂରା ମୁସଲିମ ଭୋଟ୍ ସପା ଖାତାକୁ ଚାଲିଗଲା। ଲୋକଙ୍କ ମନରେ ଭୟ ଥିଲା ଯେ, ଏବେ ସପା ସରକାରକୁ ଚାଲି ଆସିବ। ଏମିତିରେ ବିଏସପିକୁ ମିଳିବାକୁ ଥିବା ଦଳିତ ଭୋଟ୍ ବିଜେପି ହାତକୁ ଚାଲିଗଲା ବୋଲି ମାୟାବତୀ କହିଥିଲେ।

 

Get real time updates directly on you device, subscribe now.