fbpx

ସାମ୍ନାକୁ ଆସିଲା ଚିଲିକା ବିଧାୟକଙ୍କ ଗାଡ଼ି ମଡ଼ାଇବାର ଦୃଶ୍ୟ, ଦେଖନ୍ତୁ Video

ବାଲୁଗାଁ(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଛି । ବାଣପୁର ବ୍ଲକ ନିକଟରେ ଆଜି ଲୋକଙ୍କ ଉପରେ ବିଧାୟକ ଗାଡ଼ି ଚଢ଼ାଇ ଦେଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏହାର ଭିଡିଓ । ଲୋକଙ୍କ ଭିଡ଼ ଭିତରକୁ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ।

ତେବେ ଗାଡ଼ି ମଡ଼ାଇଦେବାରୁ ଚିଲିକା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ପିଟିଥିଲେ । ଲୋକଙ୍କ ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଆହତ ହୋଇଛନ୍ତି । ଲୋକଙ୍କ ଆକ୍ରମଣରେ ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର ହୋଇଛି । ଗାଡ଼ିକୁ ଓଲଟାଇ ଦେବା ସହ ପଥରରେ ଛେଚି ଭାଙ୍ଗିଦେଇଛନ୍ତି ଲୋକେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ହୋଇଥିଲା ଏହି ଅଘଟଣ । ବ୍ଲକ ଆଗରେ ଭିଡ଼ ଭିତରକୁ ଗାଡ଼ି ଧସେଇ ପୂରାଇଥିଲେ ବିଧାୟକ । ଗାଡ଼ି ଧକ୍କାରେ ୭ ପୋଲିସ କର୍ମଚାରୀଙ୍କ ସହ ୨୨ରୁ ଅଧିକ ଆହତ ହୋଇଛନ୍ତି । ଜଣେ ସ୍ଥାନୀୟ ଲୋକ ଓ ବାଣପୁର ଆଇଆଇସି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବିଧାୟକ ମଦ ପିଇ ଗାଡ଼ି ଚଳାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.