fbpx
BSKY
BJD SHG SKY
BJD YOUTH SKY

ୟୁଜିସିର ବଡ ନିଷ୍ପତ୍ତି, ବିଶ୍ଵ ବିଦ୍ୟାଳୟରେ ପଢାଇବା ପାଇଁ ବାଧ୍ୟତାମୂଳକ ନୁହେଁ PhD

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପାଠ ପଢାଇବାର ସ୍ଵପ୍ନ ଦେଖୁଥିବା ଯୁବକଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର। ଏବେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପଢାଇବା ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ। ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପିଏଚଡି ବାଧ୍ୟତାମୂଳକ ନିୟମକୁ ସମାପ୍ତ କରିବାକୁ ଶନିବାର ନିଷ୍ପତ୍ତି ନେଇଛନ୍ତି। ୟୁଜିସିର ଏହି ନିଷ୍ପତ୍ତି ପରେ ସମ୍ଵନ୍ଧିତ ବିଷୟର ବିଶେଷଜ୍ଞ ଆଶାୟୀ ୟୁନିଭର୍ସିଟିରେ ପାଠ ପଢାଇ ପାରିବେ। ବିଦ୍ୟାର୍ଥୀଙ୍କୁ ମଧ୍ୟ ଏହାର ଫାଇଦା ମିଳିବ।

ଏହା ବ୍ୟତୀତ ୟୁଜିସି ଅନେକ ନିୟମ ଏବଂ ବିଶେଷ ପଦରେ ନିଯୁକ୍ତି ଦେବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି। ଏହି ପଦରେ ନିଯୁକ୍ତି ପାଇଁ ପିଏଚଡି ଆବଶ୍ୟକତା ପଡିବ ନାହିଁ। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ପଦ ପ୍ରୋଫେସର ଅଫ ପ୍ରାକ୍ଟିସ ଏବଂ ଆସୋସିଏଟ ପ୍ରୋଫେସର ଅଫ ପ୍ରାକ୍ଟିସ୍ ହୋଇପାରେ। ଏହି ସମ୍ବନ୍ଧରେ ୟୁଜିସି ଚେୟାରମ୍ୟାନ ଏମ ଜଗଦେଶ କୁମାର କହିଛନ୍ତି, ଅନେକ ବିଶେଷଜ୍ଞ ଅଛନ୍ତି, ଯେଉଁମାନେ ପଢାଇବାକୁ ଚାହାନ୍ତି। ଏମିତି ମଧ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ବଡ ପ୍ରକଳ୍ପର ରୂପରେଖା ପ୍ରସ୍ତୁତ କରିଛନ୍ତି, ତୃଣମୂଳସ୍ତରରେ କାମ କରିବାର ଅନୁଭବ ରହିଛି। ଏହା କୌଣସି ମହାନ ନର୍ତ୍ତକ କିମ୍ବା ସଙ୍ଗୀତକାର ମଧ୍ୟ ହୋଇଥାଇ ପାରନ୍ତି।

ଜଗଦେଶ କହିଛନ୍ତି, ମାତ୍ର ଆମେ ନୂତନ ନିୟମ ଅନୁସାରେ ନିଯୁକ୍ତି ଦେଇ ପାରିବୁ ନାହିଁ। ତେଣୁ ଏହି ସ୍ଵତନ୍ତ୍ର ପଦରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ପିଏଚଡିର କୌଣସି ଆବଶ୍ୟକତା ନାହିଁ। ଏକ୍ସପର୍ଟ୍ସଙ୍କୁ କେବଳ ନିଜର ଅନୁଭବ ଦେଖାଇବାକୁ ପଡିବ ବୋଲି ୟୁଜିସି ଚେୟାରମ୍ୟାନ କହିଛନ୍ତି।

 

Get real time updates directly on you device, subscribe now.