fbpx

ଟିମଏସି ନେତା ମହରମଙ୍କୁ ଘର ବାହାରେ ଗୁଳିକରି ହତ୍ୟା, ଜଣେ ଗିରଫ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣୀ ୨୪ ପରଗନା ଜିଲ୍ଲାରେ ତୃଣମୂଳ କଂଗ୍ରେସ ନେତା ମହରମ ଶେଖଙ୍କ ଘର ଆଗରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳି ଲାଗିବା ପରେ ଶେଖଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଏହି ଗୁଳିମାଡ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି ଓ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । କୁହାଯାଉଛି ଯେ, ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର୍ ରହିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଏହା ସହ ଗୁଳିକାଣ୍ଡର ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.