fbpx

ମାସେ ଯାଏ ରାଜରାସ୍ତାରେ ବୁଲି ପାରିବେନି ବୁଲାକୁକୁର, କାହିଁକି ଦିଲ୍ଲୀ ନଗର ନିଗମର ଏପରି ଯୋଜନା ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ଜି ୨୦ ସମ୍ମିଳନୀର ପ୍ରସ୍ତୁତି ଜୋରସୋର ଚାଲିଛି । ଏଥିପାଇଁ ରାଷ୍ଟ୍ରୀୟ ରାଜଧାନୀକୁ ଖୁବ୍ ସଜାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ଦିଲ୍ଲୀ ସଡକରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇ ଦିଆଯିବ । ଏ ସମ୍ବନ୍ଧରେ ଦିଲ୍ଲୀ ମ୍ୟୁନିସପାଲ କର୍ପୋାରସନ ଏକ ସର୍କୁଲାର ଜାରି କରିଛି ଯାହାକୁ ନେଇ ଏବେ ଲୋକଙ୍କ ଠାରୁ ବିରୋଧର ସ୍ୱର ମଧ୍ୟ ଉଠିବାରେ ଲାଗିଲାଣି । ରାଷ୍ଟ୍ରୀୟ ରାଜଧାନୀର ସଡକ ଉପରୁ ବୁଲାକୁକୁରଙ୍କୁ ହଟାଯିବା ନେଇ ଦିଲ୍ଲୀ ନଗର ନିଗମର ଯୋଜନାକୁ ପିପୁଲ ଫର ଆନିମଲସ୍(ପିଏଫଏ) ପକ୍ଷରୁ ବିରୋଧ କରାଯିବା ସହ ଏହାକୁ ଅବୈଧ, ଅବ୍ୟବହାରିକ ଓ ଅନୁଚିତ ବୋଲି ମତ ଦିଆଯାଇଛି ।

ଆଗାମୀ ମାସରେ ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ୧୮ ତମ ଏହି ଜି୨୦ ସମ୍ମିଳନୀରେ ସାରା ବିଶ୍ୱର ରାଷ୍ଟ୍ରଧକ୍ଷ ଏକତ୍ରୀତ ହେବେ । ଏହି ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଆୟୋଜିତ ହେବ ।
ଏହି କ୍ରମରେ ଦିଲ୍ଲୀ ମ୍ୟୁନିସପାଲ କର୍ପୋାରସନ ବୁଧବାର ଏକ ସର୍କୁଲାର ଜାରି କରିଥିଲା । ଏଥିରେ କୁହାଯାଇଥିଲା ଦିଲ୍ଲୀ ରାଜରାସ୍ତାରୁ କୁକୁରଙ୍କୁ ହଟାଇବା ଲାଗି ଗୁରୁବାର ଠାରୁ ବଡ ଧରଣର ଅଭିଯାନ ଆରମ୍ଭ ହେବ ଓ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।

ସର୍କୁଲାର ଅନୁଯାୟୀ ଜି ୨୦ ସମ୍ମିଳନୀ କାରଣରୁ ବୁଲାକୁକୁରଙ୍କୁ ଅସ୍ଥାୟୀ ରୂପରେ ଆନିମଲ ବାର୍ଥ କଣ୍ଟ୍ରୋଲ ସେଣ୍ଟର ବା ଏବିସିରେ ରଖାଯିବ । ପରବର୍ତ୍ତୀ ସମୟରେ ଏହି କୁକୁରଙ୍କୁ ସେହି ସ୍ଥାନରେ ଛାଡି ଦିଆଯିବ ଯେଉଁଠୁ ସେମାନଙ୍କୁ ଅଣାଯାଇଥିଲା । ଆନିମଲ ବାର୍ଥ କଣ୍ଟ୍ରୋଲ ସେଣ୍ଟରରେ ଏହି କୁକୁରଙ୍କର ଉପଯୁକ୍ତ ଯତ୍ନ ନିଆଯିବ । ସେଠାରେ ସେମାନଙ୍କୁ ରୀତିମତ ଖାଇବାକୁ ଦିଆଯିବ ।

Get real time updates directly on you device, subscribe now.