fbpx
BJD SKY
BJD SKY

ରକ୍ତ ଭଣ୍ଡାରରୁ ଦଲାଲି ଯୁଗ ସରିଲା: ଏଣିକି ମେଡିକାଲର ଆଟେଣ୍ଡାଣ୍ଟମାନେ ଆଣିବେ ରକ୍ତ, ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖିଲେ SCB ଅଧିକ୍ଷକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଗଣା ରକ୍ତ ଯୋଗାଣ କ୍ଷେତ୍ରରେ ଏସସିବି ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏରିକି ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ମେଡିକାଲରେ ନିଯୁକ୍ତି ପାଇଥିବା ଆଟେଣ୍ଡାଣ୍ଟମାନେ ରକ୍ତ ଆଣିବେ । ଆଟେଣ୍ଡାଣ୍ଟମାନେ ମେଡିକାଲର ରକ୍ତ ଭଣ୍ଡାରରୁ ରୋଗୀଙ୍କ ପାଇଁ ରକ୍ତ ଆଣିବେ । ଏନେଇ ଏସସିବି ଅଧିକ୍ଷକଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଚିଠି ଅନୁଯାୟୀ, ଯେତେବେଳେ ଜଣେ ରୋଗୀଙ୍କର ବ୍ଲଡ୍ ଦରକାର ହେବ, ସେତେବେଳେ ବିଭାଗୀୟ ମୁଖ୍ୟ ମେଡିକାଲ ଆଟେଣ୍ଡାଣ୍ଟଙ୍କ ହାତରେ ରିକ୍ୟୁଜିସନ ଚିଠା ପଠାଇବେ । ସେହି ଚିଠା ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ହାତରେ ରହିବ ଓ ଦରକାର ପଡ଼ିଲେ ତାହାର ଯାଞ୍ଚ କରାଯିବ । ଏସସିବି ବ୍ଲଡ୍ ବ୍ୟାଙ୍କର ରକ୍ତ ବ୍ୟବସାୟକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ଦଲାଲମାନେ ରୋଗୀଙ୍କୁ ରକ୍ତ ପ୍ରଦାନ କରିବା ଆଳ ଦେଖାଇ ବିଭିନ୍ନ ପ୍ରକାରର ଶୋଷଣ କରିଆସୁଥିଲେ । ବିନା ଡୋନରରେ ଗୋଟିଏ ପ୍ୟାକେଟ୍ ତଥା ୧ ୟୁନିଟ୍ ରକ୍ତକୁ ଅଢ଼େଇ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଏସସିବିର କିଛି ସୁରକ୍ଷାକର୍ମୀ ଦଲାଲଙ୍କ ଜରିଆରେ ରକ୍ତ ଯୋଗାଡ଼ ନେଇ ମଧ୍ୟସ୍ଥି ସାଜୁଥିବା ଅଭିଯୋଗ ହେଉଥିଲା । ୱାର୍ଡଗୁଡ଼ିକରେ ରକ୍ତ ସଂରକ୍ଷିତ କରି ରଖିବା ନେଇ ବ୍ୟବସ୍ଥା ନଥିବାରୁ ଅଯଥାରେ ବହୁ ରକ୍ତ ନଷ୍ଟ ହେଉଥିଲା ।

Get real time updates directly on you device, subscribe now.