fbpx

(Video) ‘ଆପଣା ସୁନା ତ ଭେଣ୍ଡି କହିବା କାହାକୁ’: ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀକୁ ନେଇ କ’ଣ କହିଲେ ଉତ୍ତମ ମହାନ୍ତି, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀକୁ ନେଇ ଆଜି ସୋସିଆଲ ମିଡ଼ିଆ ହଲଚଲ ହୋଇଯାଇଛି । ଦୁହିଁଙ୍କର କିଛି ଭିଡିଓ ଏହା ମଧ୍ୟରେ ଭାଇରାଲ ହେବାରେ ଲାଗିଛି । ବାବୁସାନ-ପ୍ରକୃତି ଏକତ୍ର କାରରେ ଯାଉଥିବା ସମୟରେ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ସେମାନଙ୍କୁ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି । ଏଥିସହିତ ପ୍ରକୃତିଙ୍କ ପାଇଁ ତାଙ୍କର ଘର ଭାଙ୍ଗିଥିବା ତୃପ୍ତି ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ବାବୁସାନଙ୍କ ବାପା ଉତ୍ତମ ମହାନ୍ତି ସାମ୍ନାକୁ ଆସିଛନ୍ତି । ଏହି ଘଟଣା ନେଇ ସେ ନିଜର ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ବାବୁସାନ ଓ ତୃପ୍ତି ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି । ତୃପ୍ତି ଜଣେ ଭଲ ବୋହୂ । ସେ ଚଳଚ୍ଚିତ୍ରର ରୋମାଣ୍ଟିକ ଦୃଶ୍ୟକୁ ଦେଖିବାକୁ ଭଲ ପାଆନ୍ତି ନାହିଁ । ବାବୁସାନ-ପ୍ରକୃତିଙ୍କ ସମ୍ପର୍କ ନେଇ କିଛି ପ୍ରମାଣ ତୃପ୍ତିଙ୍କ ପାଖରେ ଥାଇପାରେ । ଏ ନେଇ ମୁଁ ପୂର୍ବରୁ ଅନେକ ଥର ବାବୁସାନକୁ ବୁଝାଇଥିଲି । ଆପଣା ସୁନା ତ ଭେଣ୍ଡି କହିବା କାହାକୁ । ବାବୁ କହିଥିଲେ, ପ୍ରକୃତି ବମ୍ବେ ଯାଇ ସେଠାରେ କାମ କରିବେ ଆଉ ମୁଁ ଏଠି କାମ କରିବି । ।

ତେବେ ପୂର୍ବରୁ ତୃପ୍ତି, ତୃପ୍ତିଙ୍କ ମାଉସୀ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର, ବାବୁସାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ବାବୁସାନଙ୍କ ମାଆ ଅଭିନେତ୍ରୀ ଅପରାଜିତା ମହାନ୍ତି ତୃପ୍ତିଙ୍କ ଘରେ ପହଞ୍ଚିଥିଲେ । ସେ ତୃପ୍ତି, ତୃପ୍ତିଙ୍କ ମାଉସୀଙ୍କ ସହ ଖାରବେଳ ଥାନାରେ ପହଞ୍ଚିଥିଲେ । ତେବେ ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ଦେଇଥିଲେ ପ୍ରକୃତି । ତୃପ୍ତି ତାଙ୍କୁ ମାଡ଼ ମାରିବା ସହ ତାଙ୍କର ସାମାଜିକ ସମ୍ମାନ ହାନୀ କରିଛନ୍ତି । ସେ ତୃପ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକୃତି କହିଛନ୍ତି ।

Get real time updates directly on you device, subscribe now.