fbpx

ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ବାବୁସାନଙ୍କ ମାଆ: ସମାଧାନ କରାଇବେ କି ଅପରାଜିତା?

ଭୁବନେଶ୍ୱର: ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି । ବୋହୂ ତୃପ୍ତି ମହାନ୍ତିଙ୍କୁ ସାଙ୍ଗରେ ଧରି ଥାନାରେ ପହଞ୍ଚିଛନ୍ତି ବାବୁସାନଙ୍କ ମାଆ । ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ ମଧ୍ୟ ଉଭୟଙ୍କ ଥାନାକୁ ଯାଇଥିବା ଜଣାଯାଇଛି । ତେବେ ଏହାପରେ ଥାନାରେ ମାମଲାର କୌଣସି ସମାଧାନର ବାଟ ବାହାରିବ ବୋଲି ଅନୁମାନ କରାଯାଉଛି ।

ଅଭିନେତା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ସରଗରମ ହୋଇଛି ସାରା ଓଡିଶା । ଭୁବନେଶ୍ୱରର ରାଜରାସ୍ତାରେ ଷ୍ଟାର ୱାର ଦେଖିବା ପରେ ଥାନାରେ ଶାଶୂ ବୋହୂ ଏକାଠି ପହଞ୍ଚିଛନ୍ତି । ଶାଶୂ ଅପରାଜିତା ଏବଂ ତୃପ୍ତିଙ୍କ ସହିତ ମାଉସୀ ସଙ୍ଗୀତା ପ୍ରହରାଜ ଏବେ ଏକାଠି ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି । ଏକା ସାଙ୍ଗରେ ସମସ୍ତଙ୍କୁ ଥାନାରେ ଦେଖି ମାମଲାର କୌଣସି ସ୍ଥାୟୀ ସମାଧାନ ବାହାରିବା ନେଇ ଆଶା କରାଯାଉଛି । ଅପରାଜିତା ତୃପ୍ତିଙ୍କ ଘରେ ପହହଞ୍ଚି ତାଙ୍କୁ ଧରି ଥାନାକୁ ପହଞ୍ଚିଛନ୍ତି ।

ସେପଟେ ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର । ସିନେ ଜଗତରେ ଦୁଇ ଜଣ ଅଭିନେତା-ଅଭିନେତ୍ରୀ ମିଳାମିଶା କରିବା ସାଧାରଣ କଥା ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ପ୍ରକୃତି ଏବଂ ବାବୁସାନ ପିଲାବେଳର ଭଲ ବନ୍ଧୁ ବ୍ୟତୀତ ଉଭୟଙ୍କ ମଧ୍ୟ ଅନ୍ୟ କୌଣସି ସମ୍ପର୍କ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.