fbpx
BJD SKY
BJD SKY

(Video) ଆଖିବୁଜି ପିଟି ପକାଇଲେ ଜ୍ୟାମିତି ସାର୍… ଗୁରୁତର ହେଲେ ଛାତ୍ରୀ…

BJD

ବାସୁଦେବପୁର: ଜ୍ୟାମିତି ସାରଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ରଛାତ୍ରୀ । ଉତ୍ତର ନଆସିବାରୁ ଆଖିବୁଜା ପିଟି ଚାଲିଲେ ଶିକ୍ଷକ । ମାଡ଼ରେ ଛାତ୍ରୀଙ୍କ ଅବସ୍ଥା ହେଲା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ କସିଆ ଥାନା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁନାମୁହିଁ  ହାଇସ୍କୁଲରେ ।

ସୂଚନା ଅନୂଯାୟୀ, ସ୍କୁଲର ଜ୍ୟାମିତି ଶିକ୍ଷକ କଳ୍ପତରୁ ମଲ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପିଲାମାନଙ୍କୁ ଜ୍ୟାମିତି ପଢ଼ାଉଥିଲେ  । ଆଉ ଉତ୍ତର କହିବାରୁ ସାରଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଳା । ଆଉ ପିଲାମାନଙ୍କୁ ଆଖିବୁଜା ମାଡ଼ ମାରିଥିଲେ  । ଶିକ୍ଷକଙ୍କ ମାଡ଼ରେ  ଚାରି ଛାତ୍ରୀ ଗୁରୁତର ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି  । କିଛି ଛାତ୍ରୀଙ୍କ ହାତ ଓ ମୁଣ୍ଡରେ ଗଭୀର ଆହତ ହୋଇଥିବା ବେଳେ ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପିଲାମାନେ ଅଭିଯୋଗ କରିଛନ୍ତି ଯେ ପାଠ ପଚାରି ଉତ୍ତର ଦେବାକୁ ସୁଯୋଗ ନ ଦେଇ ହାଠାତ ଗୋରୁ ଗାଇଙ୍କ ପରି ଆଖିବୁଜା ମାଡ଼ ମାରିଥିଲେ  ।

ଅନ୍ୟପଟେ ଅଭିଯୁକ୍ତ ଶିକ୍ଷକଙ୍କୁ କସିଆ ମେରାଇନ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି  ।

Get real time updates directly on you device, subscribe now.