fbpx
BSKY
BJD SHG SKY
BJD YOUTH SKY

ହାଇ ୟୁରିକ୍ ଏସିଡ୍ ଯୋଗୁ ହେଉଛିକି ସମସ୍ୟା? ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଟି ଜିନିଷ

ଓଡିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଏକ ସନ୍ତୁଳିତ ଜୀବନଶୈଳୀରେ ବଞ୍ଚିବା କଷ୍ଟକର ହୋଇପଡିଛି । ଏଥିସହିତ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅଭ୍ୟାସକୁ ମଧ୍ୟ ଭୁଲି ସାରିଲେଣି । ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯାହା ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ୟୁରିକ୍ ଏସିଡ୍ ର ବୃଦ୍ଧି ।

ୟୁରିକ୍ ଏସିଡ୍ ରୋଗ ଦ୍ୱାରା ଗୋଡ଼ ଫୁଲିବା ସହ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । କାରଣ ଯେତେବେଳେ ଶରୀରରେ ପ୍ୟୁରିନ୍ ସଠିକ୍ ଭାବରେ ହଜମ ହୁଏନାହିଁ ସେତେବେଳେ ୟୁରିକ୍ ଏସିଡ୍ ର ସ୍ତର ଶରୀରରେ ବଢିଯାଏ । ଫଳରେ ଏହି ସବୁ ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଖାଇବା ଦ୍ୱାରା ଏହି ସମସ୍ୟାରୁ ଉପଶମ ମିଳିଥାଏ ।

ଜୁଆଁଣି: ଜୁଆଁଣିରେ ଓମେଗା-୬ ଫ୍ୟାଟି ଏସିଡ୍ ଏବଂ ଅନ୍ୟାନ୍ୟ ଡ୍ୟୁରେଟିକ୍ ତେଲ ରହିଥାଏ । ଯାହା ଶରୀରରେ ଥିବା ଅତିରିକ୍ତ ତରଳ ପଦାର୍ଥକୁ ବାହାର କରିବା ସହିତ କିଡିନୀରେ ଥିବା ୟୁରିକ୍ ଏସିଡ୍ କୁ ମଧ୍ୟ ବାହାର କରିଥାଏ । ତେବେ ଏକ ଚାମଚ ଜୁଆଁଣି ମଞ୍ଜିକୁ ରାତିସାରା ପଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହାକୁ ଛାଣି ସେହି ପାଣିକୁ ପିଅନ୍ତୁ ।

ଗ୍ରୀନ୍ ଟି: ଗ୍ରୀନ୍ ଟି କୁ ପ୍ରାୟତଃ ଓଜନ ହ୍ରାସ କରିବାକୁ ସମସ୍ତେ ପିଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରରେ ଥିବା ୟୁରିକ୍ ଏସିଡ୍ ସ୍ତର ହ୍ରାସ ହୋଇଥାଏ । ତେବେ ଆପଣ ୟୁରିକ୍ ଏସିଡ୍ ସ୍ତର ହ୍ରାସ କରିବା ପାଇଁ ଗ୍ରୀନ୍ ଟି ସେବନ କରିପାରିବେ ।

କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ: ପ୍ରାୟତଃ ଅଧିକାଂଶ ଲୋକେ କ୍ଷୀର ଏବଂ ସେଥିରୁ ତିଆରି ହେଉଥିବା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ବଢିଯାଏ ସେହି ସମୟରେ କ୍ଷୀର କିମ୍ବା କ୍ଷୀର ଜାତ ଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟରେ ଅଧିକ ପରିମାଣରେ ଚର୍ବି ରହିଥାଏ । ଯାହା ଶରୀରରେ ଥିବା ୟୁରିକ୍ ଏସିଡ୍ କୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.