fbpx

ବାବୁସାନଙ୍କୁ ବ୍ଲାକମେଲ କରୁଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର: କ’ଣ କହିଲେ ବାବୁଙ୍କ ପତ୍ନୀ?

ଭୁବନେଶ୍ୱର: ସ୍ୱାମୀ ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ତୃପ୍ତି ମହାନ୍ତି । ପ୍ରକୃତି ବାବୁସାନଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ତେବେ ଉଭୟଙ୍କ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଅନେକ ଥର ସେମାନଙ୍କୁ ଏକାଠି ଧରିଥିବା କହିଛନ୍ତି ତୃପ୍ତି । ଭୁବନେଶ୍ୱର, ଗୋଆ ଓ ବମ୍ବେରୁ ପ୍ରକୃତି ଏବଂ ବାବୁସାନଙ୍କୁ ଅନେକ ଥର ଧରିଥିବା ପ୍ରକାଶ କରିଛନ୍ତି ।

ତେବେ ପ୍ରକୃତି ମିଶ୍ରଙ୍କ ନାଁରେ ଏକ ବଡ ଆରୋପ ଲଗାଇଛନ୍ତି ବାବୁସାନଙ୍କ ପତ୍ନୀ । ପ୍ରକୃତି ବାବୁସାନଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା ତୃପ୍ତି ଆରୋପ ଲଗାଇଛନ୍ତି । ହାତ କାଟିଦେବି ଏବଂ ଛାତରୁ ଡେଇଁପଡିବି ବୋଲି ଅନେକ ଥର ବାବୁଙ୍କୁ ପ୍ରକୃତି ଧମକ ଦେଇଥିବା କହିଛନ୍ତି ତୃପ୍ତି । ତେବେ ଏସବୁରୁ ଦୂରେଇ ରହିବାକୁ ବାବୁସାନଙ୍କୁ ତାଗିଦ କରିଥିଲେ ପତ୍ନୀ ତୃପ୍ତି । କିନ୍ତୁ ତାଙ୍କ କଥାକୁ ଶୁଣି ନଥିଲେ ବାବୁସାନ । ବାରମ୍ବାର ବୁଝାଇବା ପରେ ବି ପ୍ରକୃତିଙ୍କ ସହ ମିଳାମିଶା କରୁଥିବା ତୃପ୍ତି ପ୍ରକାଶ କରିଛନ୍ତି ।

ଏକଥା ସହିତ ବାବୁଙ୍କୁ ନେଇ ମଧ୍ୟ ଆରୋପ ଲଗାଇଛନ୍ତି ପତ୍ନୀ ତୃପ୍ତି । ମଦ, ଗଞ୍ଜେଇ, ଚରସ ଭଳି ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଥିଲେ ବୋଲି ତୃପ୍ତି ବାବୁସାନଙ୍କ ନାଁରେ ଆରୋପ ଲଗାଇଛନ୍ତି । କିନ୍ତୁ ପରିବାରର ଇମେଜ ବାବୁଙ୍କ ପପୁଲାରିଟି ଏବଂ ସମ୍ପର୍କକୁ ରକ୍ଷା କରିବା ପାଇଁ ଆଜି ଯାଏ ଚୁପ ରହିଥିବା ତୃପ୍ତି ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.