fbpx

(Video) ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀ: ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀଙ୍କୁ ନେଇ ଆଜି ସାରା ଓଡ଼ିଶା ପଡ଼ୁଛି ଉଠୁଛି । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ସମୟରେ ସତ୍ୟନଗର ଅଞ୍ଚଳରେ ଧରାପଡ଼ିଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ସେମାନଙ୍କୁ ଧରିଥିଲେ । ଏନେଇ ସୋସିଆଲ ମିଡ଼ିଆରେ କିଛି ଭିଡିଓ ଭାଇରାଲ ହୋଇଥିଲା ।

ଏହା ମଧ୍ୟରେ ସାମ୍ନାକୁ ଆସିଛନ୍ତି ବାବୁସାନଙ୍କ ମାଆ ତଥା ତୃପ୍ତିଙ୍କ ଶାଶୂ ଅପରାଜିତା ମହାନ୍ତି । ତୃପ୍ତିଙ୍କ ଘର ଆଗରେ ଗଣମାଧ୍ୟମ କର୍ମଚାରୀଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଏହା ମଧ୍ୟରେ ଅପରାଜିତା କହିଥିଲେ, ‘ମୁଁ ପ୍ରଥମେ ମୋର ନାତିକୁ ଦେଖିବି । ତା’ପରେ ମୋତେ ଯିଏ ଯେତେ ପ୍ରଶ୍ନ କରିବ ମୁଁ ଗୋଟି ଗୋଟି କରି ସମସ୍ତ ଉତ୍ତର ଦେବି ।’

ତେବେ ପୂର୍ବରୁ ତୃପ୍ତି, ତୃପ୍ତିଙ୍କ ମାଉସୀ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର, ବାବୁସାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଏବେ ଅପରାଜିତା ସାମ୍ନାକୁ ଆସିବା ପରେ କିଛି ତଥ୍ୟ ଲୋକଲୋକଚନକୁ ଆସିବା ସହ ସେ ଘଟଣାର ସମାଧାନ କରିବାର ସମ୍ଭାବନା ରହିଛି । ବାବୁସାନ ଓ ପ୍ରକୃତି ଉଭୟେ ଓଲିଉଡର ଦୁଇ ଜଣାଶୁଣା ଚେହେରା ହୋଇଥିବା ବେଳେ ଆଜିର ଘଟଣା ଦୁହିଁଙ୍କର ସାମାଜିକକ ମର୍ଯ୍ୟାଦାକୁ ହାନୀ କରିଛି ।

ଏହି ଘଟଣା ପାଇଁ ତୃପ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବେ ବୋଲି ପ୍ରକୃତି କହିଥିଲେ । ତୃପ୍ତି ତାଙ୍କୁ ଫିଜିକାଲି ଆବ୍ୟୁସ କରିବା ସହ ମାଡ଼ ମାରିଥିବା ପ୍ରକୃତି ଅଭିଯୋଗ କରିଥିଲେ । ସେ କାହାକୁ ଡରନ୍ତି ନାହିଁ, ସେ ନିଶ୍ଚୟ ଲିଗାଲ ଆକ୍ସନ ନେବେ ପ୍ରକୃତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.