fbpx

ସ୍ତନ କର୍କଟ ପାଇଁ ଖୁବଶୀଘ୍ର ଆସିବ ଔଷଧ, ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

Advertisement

ଭୁବନେଶ୍ୱର: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ବନ୍ଧରେ ମିଳିଛି ଏକ ବଡ଼ ସଫଳତା । ଓଡ଼ିଶାର ବୈଜ୍ଞାନିକ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡ଼ଃ. ସନ୍ଦୀପ ମିଶ୍ର ଏପରି ଏକ ମେଡ଼ିସିନ ଆବିଷ୍କାର କରିଥିବା ଦାବି କରିଛନ୍ତି, ଯାହା ସ୍ତନ କର୍କଟ ରୋଗୀଙ୍କୁ ଠିକ କରିବା ପାଇଁ କାମ କରିବ । ଏଣିକି ସ୍ତନ କର୍କଟର ହେବ ଉପଚାର। ଖୁବ୍ ଶୀଘ୍ର ଆସିବ ସ୍ତନ କର୍କଟ ପାଇଁ ଔଷଧ। ଏହାର ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଏହି ଓଡ଼ିଆ ବୈଜ୍ଞାନିକ।

ଏହି ମେଡ଼ିସିନ ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିଛି । ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇଛନ୍ତି। ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ନିକଟରେ ଡକ୍ଟର ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ ଓ ଏମ୍‍ଏଲ୍‍ଏନ୍‍ ୪୯୨୪ ଔଷଧ ଆବିଷ୍କାର କରିଛନ୍ତି। ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏମ୍ସ, ଭୁବନେଶ୍ୱର ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିସହ ସର୍ବ ଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଉପଚାର ପାଇଁ ପଥ ପରିଷ୍କାର ହେବ ବୋଲି କହିଛନ୍ତି ଡକ୍ଟର ମିଶ୍ର। ଦୀର୍ଘ ଦିନ ହେଲା ସେ ସ୍ତନ କର୍କଟ ଓ ଏହାର ଔଷଧ ନେଇ ଗବେଷଣା କରୁଥିଲେ । ଆବିଷ୍କାର ହୋଇଥିବା ଦୁଇ ଔଷଧ ମଧ୍ୟରୁ ଗୋଟିଏର ମାନବ ପରୀକ୍ଷଣ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି।

ଏହି ଔଷଧ ଦ୍ୱାରା ଷ୍ଟେଜ୍‍-୩ରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ। ସ୍ତନ କର୍କଟର ମୁଖ୍ୟ ଉପାଦାନ କୁହାଯାଉ ଥିବା ଟ୍ୟୁମର ଦମନକାରୀ ଅଣୁ ଯଥା ଇଆରଆରବି ଓ ଏମ୍‍ଆଇସିଓଏ ଉପରେ ଅଧ୍ୟୟନ କରାଯାଇଛି। ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାରକୁ ବିଶ୍ୱର ବିଭିନ୍ନ ଖ୍ୟାତନାମା ଗବେଷଣା ସଂସ୍ଥାଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି। ତେବେ ଆଜିର ସମୟରେ ଜୀବନଶୈଳୀ ହେଉ ବା ଅନ୍ୟାନ୍ୟ କାରଣ ପାଇଁ ମହିଳାଙ୍କ ଭିତରେ ସ୍ତନ କର୍କଟ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଏହାର ଉପଚାର ନେଇ ଅନେକ ଦେଶ ଅନେକ ସର୍ଭେ ଚଳାଇଛନ୍ତି। ଯଦି ସତରେ ଆମ ରାଜ୍ୟରେ ଏଭଳି କିଛି ସଞ୍ଜୀବନି ଆସୁଛି ତେବେ ଏହା ସ୍ୱାଗତଯୋଗ୍ୟ ବୋଲି ଅଙ୍କଲୋଜିଷ୍ଟମାନେ କହିଛନ୍ତି। ବର୍ତ୍ତମାନ ସମୟରେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି। ସାରା ଦେଶରେ ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୨୫.୮% ମହିଳା ସ୍ତନ କର୍କଟରେ ପୀଡିତ ଥିବା ସର୍ଭେ କହୁଛି।

ସେହିଭଳି ନିକଟରେ ଆପୋଲୋ କ୍ୟାନ୍ସର ସେଣ୍ଟର ଓ ଡାଟାର କ୍ୟାନ୍ସର ଜେନେଟିକ୍ସ ମିଳିତ ଭାବେ ଏକ କିଟ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି । ଯାହା ମାଧ୍ୟମରେ ରକ୍ତ ପରୀକ୍ଷା କରି ବିନା ଲକ୍ଷଣ ଥିବା ରୋଗୀ ବ୍ରେଷ୍ଟ କ୍ୟାନ୍ସରକୁ ଚିହ୍ନଟ କରିପାରିବେ । ଏହି କିଟର ନାଁ ଇଜିଚେକ୍-ବ୍ରେଷ୍ଟ ରଖାଯାଇଛି । ବହୁତ କମ୍ ମାତ୍ରାରେ ରକ୍ତ ନମୁନା ନେଇ ଇଜିଚେକ୍-ବ୍ରେଷ୍ଟ କିଟରେ ସ୍ତନ କର୍କଟ ଚିହ୍ନଟ କରାଯାଇପାରିବ । ରିପୋର୍ଟ ଅନୁସାରେ, ୪୦ ବର୍ଷରୁ ଅଧିକ ମହିଳାଙ୍କଠାରେ ଏହି ପରୀକ୍ଷା ମାଧ୍ୟମରେ ସ୍ତନ କର୍କଟ ରୋଗର ପ୍ରଥମ ପର୍ଯ୍ୟାୟ ଚିହ୍ନଟ କରାଯାଇପାରିବ । ୟୁରୋପ ସମେତ ୧୫ ଟି ଦେଶରେ ଏହି ଡାଇଗ୍ନୋଷ୍ଟିକ୍ ଟେକନିକର ବ୍ୟବହାର ହୋଇସାରିଛି ।

Get real time updates directly on you device, subscribe now.