fbpx
BSKY SKY
BSKY SKY

ମେଡିସିନ କିଣିବା ଉପରେ ଲାଗିଲା କଟକଣା: ଏଣିକି ଓଡିଶା ବାହାରୁ ଆସିବନି ଔଷଧ

BSKY

ଭୁବନେଶ୍ୱର: ନକଲି ଔଷଧ କିଣା ଓ ବିକ୍ରି ଘଟଣାକୁ ନେଇ ପ୍ରଶାସନ ନେଇଛି ବଡ ପଦକ୍ଷେପ । ଏଣିକି ବାହାରୁ ଔଷଧ କିଣା ଉପରେ ଲାଗିବ ବ୍ରେକ । ମେଡିସିନ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ବାହାରୁ ଔଷଧ କିଣିଲେ ଏବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନା ଅନୁସାରେ, ସିଲଭର ସିଟି କଟକରେ ନକଲି ମେଡିସିନ କାରବାର ଘଟଣା ସାମନାକୁ ଆସିବା ପରେ ଆକ୍ସନ ମୋଡରେ ପ୍ରଶାସନ । ଏଣିକି ରାଜ୍ୟ ବାହାରୁ କୌଣସି ମେଡିସିନ କିଣିବା ଉପରେ କଟକଣା ଲଗା ଯାଇଛି । ଯଦି କେହି ଓଡିଶା ବାହାରୁ ଔଷଧ କିଣିବେ, ତେବେ ସେମାନଙ୍କୁ ସଂଘ ବହିଷ୍କାର କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ନିକଟରୁ ଔଷଧ କିଣିବା ନେଇ ଅନୁମତି ମିଳିଛି । ,ହାବ୍ୟତୀତ ଅନ୍ୟ କୌଣସି ଫାର୍ମରୁ ଔଷଧ କିଣାଯାଇ ପାରିବ ନାହିଁ । ମେଡିସିନ କାରବାର ସଠିକ ଏବଂ ସ୍ୱଚ୍ଛ କରିବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛି ଆସୋସିଏସନ ।

ଡୁପ୍ଲିକେଟ ମେଡିସିନ କାରକାରକୁ ନେଇ ଦୀର୍ଘ ଦିନରୁ ଚିନ୍ତାରେ ଥିଲେ ଓଡିଶା ପୋଲିସ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଏଥିପାଇଁ ସେମାନେ ବାହାରକୁ ଯାଇ ତଦନ୍ତ ମଧ୍ୟ କରିଥିଲେ । ଯାହା ପରେ ଏବେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । କିଛି ଦିନ ତଳେ କଟକର ୩ଟି ଫାର୍ମରୁ ପ୍ରାୟ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ । ସେଥିପାଇଁ ଏବେ ଆସୋସିଏସନ ତରଫରୁ ଏହି କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.