fbpx

ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ହେବା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୧୯ ତାରିଖ ଯାଏଁ ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠାରୁ ଆସନ୍ତା ରବିବାର ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ-ପବନ ଘଂଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ହେବାର ସୂଚନା ମିଳିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଂଜ,ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ,କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।

 

Get real time updates directly on you device, subscribe now.