fbpx

(Video) କିନ୍ନରଙ୍କ ଅଭିଯୋଗ ପରେ ଜବାବ ଦେଲେ ମୀରା ପରିଡ଼ା: ଟ୍ରାନ୍ସଜେଣ୍ଡରକୁ ନେଇ କହିଲେ ଏପରି

ଭୁବନେଶ୍ୱର: କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ କିନ୍ନର ମାନେ ଆନ୍ଦୋଳନ କରୁଛନ୍ତି । ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପୁଛି ରାଜରାସ୍ତା । ପ୍ରତି ଜିଲ୍ଲାରେ କିନ୍ନର ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଗଡ଼ି ଗଡ଼ି ନଖାଇ ନପିଇ ବର୍ଷାରେ ଆନ୍ଦୋଳନ କରୁଛନ୍ତି । ସେମାନେ ନାରା ଦେଉଛନ୍ତି , କିନ୍ନର ସମାଜର ଖଳନାୟକ ହେଉଛି ମୀରା ପରିଡ଼ା । ଖଟିଖିଆ , ଗରିବ କିନ୍ନରଙ୍କୁ ଯୌନ ବ୍ୟବସାୟରେ ଲିପ୍ତ କରି କୋଟି କୋଟି ଟଙ୍କା ହଡ଼ପ କରୁଛି ମୀରା ପରିଡ଼ା । ମୀରାର ଦାଦାଗିରି ଚଳିବ ନାହିଁ ।’

ମୀରା ପରିଡ଼ା କିନ୍ନର ମାନଙ୍କ ଉନ୍ନତି ନାଁରେ ଶୋଷଣ କରୁଛନ୍ତି । କିନ୍ନରଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧାକୁ ମୀରା ପରିଡ଼ା ଓ ତାଙ୍କ ସହଯୋଗୀ ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଅନ୍ୟ କିନ୍ନରମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏନେଇ ଅଭିଯୋଗ କଲେ ସେ ବିଜେଡି ନେତାଙ୍କୁ କହି ମାର ପିଟ ମଧ୍ୟ କରନ୍ତି ବୋଲି କହିଛନ୍ତି କିନ୍ନର ସମ୍ପ୍ରଦାୟ । ତେଣୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କିନ୍ନର ।

ଅନ୍ୟପଟେ କିନ୍ନରମାନଙ୍କ ଅଭିଯୋଗ ପରେ ଜବାବ ଦେଇଛନ୍ତି ମୀରା ପରିଡ଼ା । ସେ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆସନ୍ତୁ ଜାଣିବା ସେ କ’ଣ କହୁଛନ୍ତି…

Get real time updates directly on you device, subscribe now.