ସ୍ତ୍ରୀ ସାଜିଲା ପିଶାଚୀ..ପ୍ରେମ ପାଇଁ ବୟଫ୍ରେଣ୍ଡ ସହ ମିଶି ସ୍ବାମୀକୁ ହାଣି ଖଣ୍ଡଖଣ୍ଡ କଲା, ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ପ୍ଲାଷ୍ଟର କରିଦେଲା
ଚର୍ଚ୍ଚାରେ ମେରଠ ହତ୍ୟାକାଣ୍ଡ । ପ୍ରେମିକ ସହିତ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ।
ନୂଆଦିଲ୍ଲୀ: ପ୍ରେମିକ ପାଇଁ ଭୁଲିଗଲେ ସଙ୍ଖା ସିନ୍ଦୁର । ଉତ୍ତର ପ୍ରଦେଶର ମେରଠର ଏକ ଘରେ ଫ୍ରିଜଡ୍ ସିମେଣ୍ଟ ଭର୍ତ୍ତି ପ୍ଲାଷ୍ଟିକ୍ ଡ୍ରମ୍ରେ ଶରୀରର କିଛି ଅଂଶ ମିଳିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।ନିଜ ସ୍ତ୍ରୀ ହିଁ ଏଭଳି କୁକର୍ମ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କୁ ଖୋଜାଖୋଜି ଆରମ୍ଭ କରିଛିି ପୋଲିସ ।
ମୃତଦେହକୁ ଖଣ୍ଡଖଣ୍ଡ କରି ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଲଗାଇଦେଲା- ମୃତକ ହେଲେ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା ସୌରଭ ରାଜପୁତ । ସୌରଭଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲେ। ତା’ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍ ଡ୍ରମ୍ରେ ରଖାଯାଇ ସିମେଣ୍ଟ ଦ୍ରବଣରେ ପୂର୍ଣ୍ଣ କରାଯାଇଥିଲା।
ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ମଧ୍ୟ ଡ୍ରମ୍ ଖୋଲାଯାଇ ପାରିଲା ନାହିଁ, ତେଣୁ ପୋଲିସ ଡ୍ରମ୍ କୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ୍ ହାଉସକୁ ପଠାଇଲା ଯେଉଁଠାରେ ଡ୍ରମ୍ କାଟି ମୃତଦେହ ବାହାର କରାଯାଇଥିଲା। କୁହାଯାଉଛି ଯେ ସିମେଣ୍ଟ କଠିନ ଥିବାରୁ ମୃତଦେହଟି ଜମାଟ ବାନ୍ଧି ଯାଇଥିଲା।
କରିଥିଲେ ଲଭ୍ ମ୍ୟାରେଜ- ଏହି ମାମଲାଟି ମେରଠର ବ୍ରହ୍ମପୁରୀ ଥାନା ଅଞ୍ଚଳର ଇନ୍ଦିରାନଗରର । ଯେଉଁଠାରେ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା ସୌରଭ ରାଜପୁତ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ 5 ବର୍ଷର ଝିଅ ସହିତ ରହୁଥିଲେ । ଲଣ୍ଡନରେ ତାଙ୍କର ପୋଷ୍ଟିଂ ରହିଛି । ଏହା ମଧ୍ୟ କୁହାଯାଉଛି ଯେ ସୌରଭ କିଛି ଦିନ ପୂର୍ବରୁ ଲଣ୍ଡନରୁ ମିରଟ ଆସିଥିଲେ ।
ସୌରଭ କୁମାର ୨୦୧୬ ମସିହାରେ ଏକ ପ୍ରେମ ବିବାହ କରିଥିଲେ ଏବଂ ଏହା ପରେ ତାଙ୍କର ପରିବାର ସହିତ ବିବାଦ ଲାଗି ରହିଥିଲା। ତିନି ବର୍ଷ ପୂର୍ବେ, ସୌରଭ ତାଙ୍କ ସ୍ତ୍ରୀ ମୁସ୍କାନଙ୍କ ସହିତ ଇନ୍ଦିରାନଗରରେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ । ତାଙ୍କର ଏକ 5 ବର୍ଷର ଝିଅ ମଧ୍ୟ ରହିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।