fbpx

କେନ୍ଦ୍ରାପଡ଼ାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ନିଯୁକ୍ତି ପାଇବେ ୧୬ ହଜାର ଲୋକ

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ । ଓଡ଼ିଶାରେ ଏହି ମେଗା ଷ୍ଟିଲ୍ ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ । ଏନେଇ ଅନୁମୋଦନ ଦେଇଛି ଏଚଏଲସିଏ । ମହାକାଳପଡ଼ାରେ ହେବ ମେଗା ଏହି ମେଗା ଇସ୍ପାତ କାରଖାନା ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଚଏଲସିଏ ମିଟିଂରେ ମିଳିଛି ଏହି ଅନୁମୋଦନ । କେନ୍ଦ୍ରପଡ଼ାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ବଡ଼ ପୁଞ୍ଜିନିବେଶ । ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ, ଯାହାର ବାର୍ଷିକ ୨୪ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିବ । ତେବେ ଏହା ଓଡ଼ିଶାରେ ସବୁଠୁ ବଡ଼ ପୁଞ୍ଜିନିବେଶ । ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଏହି ଷ୍ଟିଲ ପ୍ଲାଣ୍ଟରେ ବାର୍ଷିକ କ୍ଷମତା ରହିବ ୨୪ ମିଲିୟନ ଟନ୍ ।

ଏହା ସହ ବୃହତ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ ମିତ୍ତଲ । ଏହି ପ୍ଲାଣ୍ଟରେ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ସିମେଣ୍ଟ ଉତ୍ପାଦନ ହେବ । ୬ ବର୍ଷରେ ସରିବ ସିମେଣ୍ଟ କାରଖାନା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ଷକ ମଧ୍ୟରେ ଓଡ଼ିଶା ୨.୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଛି ।

Get real time updates directly on you device, subscribe now.