fbpx

କେଉଁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ଓଡିଆ ଉଦ୍ୟୋଗୀଙ୍କୁ ଗୁରୁତ୍ୱ, ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟର ସ୍ଥାପନ ନେଇ ଗଠନ ହେବ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଟାସ୍କଫୋର୍ସ ଗଠନ । ଶିଳ୍ପ ପ୍ରକଳ୍ପର ସମସ୍ତ ପରୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁସାରେ, ଶିଳ୍ପ ସଂସ୍ଥାଗୁଡିକୁ ସ୍ଥାପନ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଶେଷ କରି ଖାଦ୍ୟ ପକ୍ରିୟା କରଣ, ଟେକ୍ସଟାଇଲ ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।

ଅଧିକ ନିଯୁକ୍ତି ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବା ନେଇ ଆଲେଚନା କରାଯିବ ।୫ ବର୍ଷ ଭିତରେ ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ରହିଛି । ଏହି ସ୍ଟିଲ ପ୍ଲାଣ୍ଟର ସବୁ ସ୍ଥାପନ ପରେ ଓଡିଆ ଉଦ୍ୟୋଗୀଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯିବ ।

Get real time updates directly on you device, subscribe now.