fbpx

ମାଲକାନଗିରିରେ ପହଞ୍ଚିଲେ ମେଗା ଷ୍ଟାର ଅଲୁ ଅର୍ଜୁନ ,ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ ର ସୁଟିଂ। ଆନ୍ଧ୍ର ଓଡିଶା ସିମାନ୍ତ ତରାବୁ ଜଳ ପ୍ରପାତ ନିକଟରେ ସିନେମାର ଏକ ଟିମ ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିଛନ୍ତି । ମାଲକାନଗିରି ଜିଲ୍ଲାପା ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ମିଳିବା ପରେ ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା 2 ଚଳଚିତ୍ରର କିଛି ଅଂଶ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ କିଛି ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଗୁରୁପ୍ରିୟା ସେତୁ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି । ଏନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଲେଖିଛନ୍ତି । ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଏହାର ସୁଟିଙ୍ଗ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି ।

Get real time updates directly on you device, subscribe now.