fbpx
BSKY
BJD SHG SKY
BJD MC SKY

ଆର୍ଚେରୀରେ ରୌପ୍ୟ ପଦକ ସୁନିଶ୍ଚିତ: ଫାଇନାଲରେ ପ୍ରବେଶ କଲା ପୁରୁଷ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ତେବେ ଏହା ମଧ୍ୟରେ ଆଜି ଭାରତ ସ୍ୱର୍ଣ୍ଣରୁ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଥିଲା । ଏହା ମଧ୍ୟରେ ଭାରତ ଦୁଇଟି ସ୍ୱର୍ଣ୍ଣ ଜିତି ସାରିଛି । ଫଳରେ ମୋଟ ୨୦ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ସହିତ ଭାରତର ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି ।

ଆଜି ପ୍ରଥମେ ଭାରତୀୟ ମହିଳା ଆର୍ଚେରୀ ଟିମ ସ୍ୱର୍ଣ୍ଣ ପଦକ ଜିତିବା ସହିତ ପରେ ସ୍କ୍ୱାଶରେ ଦୀପିକା ପାଲିକଲ- ହରିପନ୍ଦରପଲ ସିଂହ ସାନ୍ଧୁଙ୍କ ଯୋଡ଼ି ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ତେବେ ଏହା ମଧ୍ୟରେ ପୁରୁଷ ଆର୍ଚେରୀ ଟିମ୍ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ପକ୍କା କରିଛି । ଭାରତୀୟ ଦଳ ପ୍ରତିପକ୍ଷ ଚାଇନିଜ ତାଇପେଇକୁ ୨୩୪-୨୨୪ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ଭେଟିବ ।

ଏହାପୂର୍ବରୁ ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନରେ ୪୧ ବର୍ଷ ପରେ ଏଚ.ଏସ ପ୍ରଣୟ ସେମିରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଥିଲେ । ଆଜି ଦିନର ଆରମ୍ଭରୁ ଭାରତୀୟ କ୍ରୀଡ଼ାବିତମାନେ ନିରାଶ କରିଥିଲେ । ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ମହିଳା ସିଙ୍ଗଲସର କ୍ୱାର୍ଟର ଫାଇନାଲରେ ଚୀନର ବିନ ଚିଆେଓଙ୍କ ଠାରୁ ହାରି ଯାଇଥିଲେ । ସେହିପରି ରେସଲିଂରେ ମହିଳା ଯୁବା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ୫୩ କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲରେ ଜାପାନର ଫୁଜୀନାମୀ ଅକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ପରେ ଅନ୍ତିମଙ୍କୁ ବ୍ରୋଞ୍ଜ ପଦକ ପାଇଁ ଏକ ସୁଯୋଗ ମିଳିଥିଲା । ସେହିପରି ସ୍କ୍ୱାଶ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଘୋସାଲ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.