fbpx
BSKY SKY
BSKY SKY

ପୁରୁଷ ହକି ବିଶ୍ୱକପ: ଜାପାନ୍‍ଠାରୁ ୭-୧ ଗୋଲ୍‌ରେ ବେଲଜିୟମ ବିଜୟୀ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଡ୍ର’

BSKY

ରାଉରକେଲା: ପୁରୁଷ ହକି ବିଶ୍ୱକପରେ ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ବେଲଜିୟମ’ ଜାପାନଠାରୁ ୭-୧ ଗୋଲ୍‌ରେ ବିଜୟୀ ହୋଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ସମ୍ପୁର୍ଣ୍ଣ ଏକପାଖିଆ ରହିଥିଲା। ବେଲଜିୟମ ପାଇଁ ବୋନ୍ ଟୋମ୍ ସର୍ବାଧିକ ୫ଟି ଗୋଲ୍ ସ୍କୋର କରିଥିଲେ। ସେ ୨୨,୨୭,୨୮,୫୦,୫୬ ମିନିଟ୍‌ରେ ଫିଲ୍ଡ ଗୋଲ୍ କରିଥିଲେ। ଏବ ଚାର୍ଲିଅର କଡରିକ୍ ୧୭ ଓ ୫୧ ମିନିଟ୍‌ରେ ଆଉ ଦୁଇଟି ଗୋଲ୍ ସ୍କୋର କରିଥିଲେ। ତେବେ ଏହାର ଜବାବରେ ଜାପାନ ମାତ୍ର ଗୋଟିଏ ଗୋଲ୍ କରି ପାରିଥିଲା। ୪୫ ମିନିଟ୍‌ରେ ଏହି ଫିଲ୍ଡ ଗୋଲ୍ ସ୍କୋର କରିଥିଲେ।

Image

ଏହା ପୁର୍ବରୁ ଆଜି ଅନ୍ୟ ଏକ ମ୍ୟାଚ୍‌ରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ମ୍ୟାଚ୍ ଡ୍ର’ ରହିଛି। ଉଭୟ ଦଳ ୫-୫ ଗୋଲ୍ ଦେଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍ ଡ୍ର ହୋଇଥିଲା। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍ ଦେଇଥିଲା ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।

Image

ସେହିଭଳି ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ’ ଦକ୍ଷିଣ ଆଫ୍ରିକା’କୁ ୯-୨ ଗୋଲ୍‌ରେ ପରାସ୍ତ କରିଛି। ଏହି ସମସ୍ତ ମ୍ୟାଚ୍ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିଲା।

 

Get real time updates directly on you device, subscribe now.