fbpx

ଆଜିଠାରୁ Meta ଲାଗୁ କଲା ନୂଆ ଫିଚର: ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ ହେବ Facebook, WhatsApp ଓ Instagram

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ଏହାଦ୍ୱାରା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ମେସେଞ୍ଜରକୁ ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ କରିବାର ବିକଳ୍ପ ୟୁଜର୍ସଙ୍କୁ ଦିଆଯାଇଛି । ୟୁଜର୍ସଙ୍କୁ ମେଟାର ଏକାଧିକ ଆକାଉଣ୍ଟକୁ ଇଣ୍ଟରଲିଙ୍କ କରିବାର ସୁଯୋଗ ମିଳିବ । ଆଜିଠାରୁ ୟୁଜର୍ସଙ୍କ ପାଇଁ ନୂଆ ଅପଗ୍ରେଡସ୍ ଲାଗୁ ହୋଇଛି ।

ତେବେ କମ୍ପାନୀ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯିବା ପରେ ଖୁବଶୀଘ୍ର ଏହାର ଫାଇଦା ୟୁଜର୍ସଙ୍କୁ ମିଳିବ । ୟୁଜର୍ସ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମରେ ଏହି ସୁବିଧା ପାଇ ପାରିବେ । ମେଟା ପକ୍ଷରୁ ଏ ବାବଦରେ ନିଜ ଅଫିସିଆଲ ବ୍ଲଗ ପୋଷ୍ଟରେ ସୂଚନା ଦିଆଯାଇଛି । ୟୁଜର୍ସଙ୍କୁ ନୂଆ ଆକାଉଣ୍ଟସ ସେଣ୍ଟରରେ ଅତିରିକ୍ତ ଫିଚରର ଫାଇଦା ମଧ୍ୟ ମିଳିବ ।

ତେବେ ମେଟାର ନୂଆ ସୁବିଧା ସହିତ ୟୁଜର୍ସଙ୍କୁ ପୂର୍ବାପେକ୍ଷା ଶାନଦାର ୱାର୍କ ଅଭିଜ୍ଞତା ମିଳିବ । ଯେଉଁମାନେ ମେଟାର ଇକୋସିଷ୍ଟମର ଏକ ଅଂଶ ହେବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିବେ ସେମାନେ ଏହି ବେନିଫିଟ୍ ପାଇ ପାରିବେ । ନୂଆ ଫିଚର ସହିତ ୟୁଜର୍ସଙ୍କୁ ଏକ ସେଣ୍ଟ୍ରାଲାଇଜଡ୍ ସ୍ପେସ ମିଳିବ । ସେଠାରେ ୟୁଜର୍ସ ନିଜର ବ୍ୟକ୍ତିଗତ ତଥ୍ୟକୁ ମ୍ୟାନେଜ କରିବା ସହିତ ପାସୱାର୍ଡ, ଆକାଉଣ୍ଟ ସୁରକ୍ଷା ଓ ସେଣ୍ଟିଂ ମ୍ୟାନେଜ କରିପାରିବେ ।

ମେଟାର ନୂଆ ଫିଚରର ବ୍ୟବହାର ବୈକଳ୍ପିକ ଅଟେ । ଅର୍ଥାତ ଯେଉଁ ୟଜର୍ସ ଚାହିଁବେ ସେମାନେ କେବଳ ଆକାଉଣ୍ଟସ ସେଣ୍ଟର ସହିତ ନିଜର ଅନେକ ଆକାଉଣ୍ଟସକୁ ଲିଙ୍କ କରିପାରିବେ । ଅନ୍ୟ ସମସ୍ତଙ୍କୁ ପୂର୍ବ ପରି ମେଟାର ସ୍ପେସ ବ୍ୟବହାର କରିବାର ବିକଳ୍ପ ମିଳିବ । ଉଦାହରଣ ସ୍ୱରୂପ, ଯଦି ୟୁଜର୍ସ ଫେସବୁକ, ଇନଷ୍ଟାଗ୍ରାମ ଓ ଅନ୍ୟ ମେଟା ପ୍ଲାଟଫର୍ମରେ ଦୃଶ୍ୟମାନ ହେଉଥିବା ଆଡସକୁ ମ୍ୟାନେଜ କରିବାକୁ ଚାହିଁବେ ତେବେ ସେମାନେ ଗୋଟିଏ ସ୍ଥାନରୁ ପର୍ସନାଲାଇଜଡ୍ କରିପାରିବେ ।

Get real time updates directly on you device, subscribe now.