fbpx
BSKY SKY
BSKY SKY

ବ୍ରିଜ ଭୂଷଣ ସିଂଙ୍କ ବିରୁଦ୍ଧରେ ଅଭିଯୋଗର ହେବ ତଦନ୍ତ: ୭ ଜଣିଆ କମିଟି ଗଠନ କଲା ଭାରତୀୟ ଅଲିମ୍ପିକ ଆସୋସିଏସନ

BSKY

ନୂଆଦିଲ୍ଲୀ: ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ୭ ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ମେରି କମ୍, ଡୋଲା ବାନାର୍ଜୀ, ଅଳକାନନ୍ଦ ଅଶୋକ, ଯୋଗେଶ୍ୱର ଦତ୍ତ, ସହଦେବ ଯାଦବ ଏବଂ ୨ ଓକିଲ ରହିଛନ୍ତି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଶୁକ୍ରବାର ଦିନ ଅପରାହ୍ନରେ ଜରୁରୀକାଳୀନ ବୈଠକ ଡାକି ବିରୋଧୀ କୁସ୍ତି ଖେଳାଳିଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲା।

ଏହାରି ମଧ୍ୟରେ ଯୌନ ଶୋଷଣ ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂ ମୁହଁ ଖଲିଥିଲେ। ତେବେ ସେ କୌଣସି ପରିସ୍ଥିତିରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଏହା ସହିତ ସେ କହିଥିଲେ, ‘ଯଦି ମୁଁ ପାଟି ଖୋଲିବି ତେବେ ସୁନାମି ଆସିବ। ମୋ ସମର୍ଥନରେ ମଧ୍ୟ ଅନେକ ଖେଳାଳି ଅଛନ୍ତି।

ଏହା ପୁର୍ବରୁ ପୁର୍ବରୁ ଖେଳ ମନ୍ତ୍ରଳାୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜଭୁଷଣ ଶରଣ ସିଂଙ୍କୁ ୭୨ ଘଣ୍ଟା ମଧ୍ୟରେ ସ୍ପଷ୍ଟିକରଣ ମାଗିଥିଲେ । ତେବେ ଆଜି ଅର୍ଥାତ୍ ଶୁକ୍ରବାର ବ୍ରିଜଭୁଷଣ ଜବାବ ଦାଖଲ କରି ଦେଇଛନ୍ତି । ଏ ସମ୍ପର୍କରେ ବ୍ରିଜ ଭୂଷଣଙ୍କ ପୁଅ ପ୍ରତୀକ ଭୂଷଣ ସିଂ ସୂଚନା ଦେଇଛନ୍ତି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ ମଧ୍ୟ ଏକ ନୋଟିସ ଜାରି କରିଛନ୍ତି।

Get real time updates directly on you device, subscribe now.