ହାଡ଼ ପାଲଟିଗଲା ପୁରୁଷଙ୍କ Private Part: X-Ray ଦେଖାଇଲା ଅବିଶ୍ୱସନୀୟ ଚିତ୍ର, ଇଏ କି ରୋଗ?

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ଯେତିକି ସଫଳତା ମିଳୁଛି, ରୋଗ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଦିନକୁ ଦିନ ଅଜବ ପ୍ରକାର ରୋଗର ଶିକାର ହେଉଛି ମଣିଷ । କିଛି ଜାଗାରେ ଭାଇରସ ଭୟଙ୍କର ପାଲଟିଯାଉଛି ତ କେଉଁଠି ବିପଦ ପାଲଟୁଛି ଜୀବନଶୈଳୀ ତ ଆଉ କେତେବେଳେ ନିଜ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟ ମଣିଷକୁ ଧୋକା ଦେଉଛି । ଫଳରେ ଚିକିତ୍ସା କ୍ଷେତ୍ରରେ ଅପୂର୍ବ ସଫଳତା ପରେ ବି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଛି । ବର୍ତ୍ତମାନ ଏକ ଭୟଙ୍କର ରୋଗ ଜଣାପଡ଼ିଛି । ଏହି ରୋଗରେ ମଣିଷର ଯୌନାଙ୍ଗ ହିଁ ହାଡ଼ରେ ବଦଳି ଯାଉଛି । ଏଭଳି ଏକ ଦୁର୍ଲଭ ରୋଗ ଏବେ ମେଡିକାଲରେ ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ୬୦ ବର୍ଷ ବୟସର ଜଣେ ବ୍ୟକ୍ତି ଅଚାନକ ତଳେ ପଡ଼ିଯିବାରୁ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା । ଏହି ସମସ୍ୟା ନେଇ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । କିନ୍ତୁ ଯାଞ୍ଚ ସମୟରେ ତାଙ୍କ ଶରୀରରେ ଆଉ ଏକ ରୋଗ ଦେଖାଯାଇଛି । ବ୍ୟକ୍ତିଙ୍କର ଏକ୍ସ-ରେ କରିବାରୁ ଏଥିରେ ଡାକ୍ତର ଦେଖିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଯୌନାଙ୍ଗ ଧିରେ ଧିରେ ହାଡ଼ରେ ପରିଣତ ହେଉଛି । ତେବେ ମେଡିକାଲ ଭାଷାରେ ଏହାକୁ “ପେନାଇଲ ଅସିଫିକେସନ୍” ବୋଲି କୁହାଯାଏ । ଏହି ରୋଗରେ ମଣିଷର ପ୍ରାଇଭେଟ ପାର୍ଟରେ ଅଚାନକ ହାଡ଼ ବାହାରି ଆସିଥାଏ । ଶରୀରର ବିଭିନ୍ନ ନରମ ଅଙ୍ଗରେ କ୍ୟାଲସିୟମ ଜମା ହୋଇଥାଏ, ଯାହାଫଳରେ ଏଠାରେ ହାଡ଼ ବାହାରିବା ଆରମ୍ଭ ହୋଇଥାଏ ।

ତେବେ ଅନେକ ସମୟରେ ରୋଗୀଙ୍କୁ ଏଥିପାଇଁ ଯନ୍ତ୍ରଣା ମଧ୍ୟ ହୋଇନଥାଏ । ଏହି ରୋଗ ବିଶେଷ କରି କୌଣସି ଆଘାତ କିମ୍ବା ଆଥ୍ରାଇଟିସ ସହ ଜଡ଼ିତ ହୋଇପାରେ । ଡାକ୍ତରଙ୍କ କହିବା ଅନୁସାରେ, ଯୌନାଙ୍ଗର କୋମଳ ଟିସୁରେ କ୍ୟାଲସିୟମ ଜମା ହେବା ଦ୍ୱାରା ଏହି ସମସ୍ୟା ଦେଖା ଦେଇଥାଏ । ଏହାଫଳରେ ଭବିଷ୍ୟତରେ ପୁରୁଷଙ୍କ ଯୌନାଙ୍ଗ ବୋନୀ ଏକ୍ସଟ୍ରାସ୍କେଲେଟଲ ସଂରଚନାର ରୂପ ନେଇଥାଏ ।

ରିପୋର୍ଟ ଅନୁସାରେ, ଏହି ମାମଲାରେ ରୋଗୀଙ୍କୁ ଏହି ରୋଗ ସମ୍ପର୍କରେ ଜଣା ପଡ଼ିବା ପରେ ସେ ହସ୍ପିଟାଲ ଛାଡ଼ି ଚାଲି ଯାଇଛନ୍ତି । ଏପରିକି ପରବର୍ତ୍ତୀ ଯାଞ୍ଚ ଏବଂ ଚିକିତ୍ସା ପାଇଁ ମଧ୍ୟ ମନା କରି ଦେଇଛନ୍ତି । ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଇଞ୍ଜେକ୍ସନ ବା ପେନ୍ କିଲର ଇତ୍ୟାଦି ଦିଆଯାଇଥାଏ । ଶକ୍-ୱେବ ଥେରାପୀ ଜରିଆରେ ଯୌନାଙ୍ଗରେ କ୍ୟାଲସିଫିକେସନର ଚିକିତ୍ସା କରାଯାଇଥାଏ । କିନ୍ତୁ ଯେକୌଣସି ବୟସ ବର୍ଗର ବ୍ୟକ୍ତି ଏହି ରୋଗର ଶିକାର ହୋଇପାରନ୍ତି । ତେବେ ପ୍ରାୟତଃ ୪୦-୭୦ ବର୍ଷ ବୟସର ବ୍ୟକ୍ତିଙ୍କ ଶରୀରରେ ଏଭଳି ସମସ୍ୟା ଅଧିକ ଦେଖା ଦିଏ ।