fbpx

ପୁଟିନ୍‌ଙ୍କ ସହିତ ଭଡ଼ାଟିଆ ସୈନିକଙ୍କ ଗଦ୍ଦାରୀ, ୱାଗନର୍ ଗ୍ରୁପ୍ ମାରି ଖସାଇଲା ଋଷ ଫାଇଟର ଜେଟ୍‌, ଦେଶରେ ଗୃହଯୁଦ୍ଧ ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ୟୁକ୍ରେନ୍ ସହିତ ଯୁଦ୍ଧ ମଧ୍ୟରେ ଋଷ ପାଇଁ ସୃଷ୍ଟି ହୋଇଛି ନୁଆ ସମସ୍ୟା । ଋଷ ସେନା ବର୍ତ୍ତମାନ ୟୁକ୍ରେନ୍ ସହିତ ପୁଟିନ୍ ଡାକିଥିବା ଭଡ଼ା ସୈନିକ ଅର୍ଥାତ୍ ୱାଗନର୍ ଗ୍ରୁପ୍ ସହିତ ଲଢେଇ କରୁଛି । ଏବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ଆଶ୍ଚର୍ଯ୍ୟଜନକ ଭାବେ ଋଷରେ ବଢୁଥିବା ଅଭ୍ୟନ୍ତରିଣ ଲଢେଇରେ, ଋଷରେ ୱାଗନର୍ ଗ୍ରୁପ୍ ୟେଭେଗେନି ପ୍ରିଗୋଜିନ୍‌ଙ୍କ ଉପରେ ଶସସ୍ତ୍ର ବିଦ୍ରୋହ କରିଥିବା ଅଭିଯୋଗ ଲଗାଇଛି ଋଷୀୟ ସେନା । ଶନିବାର ଦିନ ପ୍ରିଗୋଜିନ୍ କହିଛନ୍ତି ଯେ ତାଙ୍କ ଲୋକମାନେ ୟୁକ୍ରେନରୁ ଋଷ ପାର ହୋଇ ୠଷର ସୈନ୍ୟ ବିରୁଦ୍ଧରେ ଯେକୌଣସି ପରିମାଣରେ ଯିବାକୁ ପ୍ରସ୍ତୁତ ଅଛନ୍ତି ।

ଏହାରି ମଧ୍ୟରେ ଟାସ୍ ସମାଚାର ଏଜେନ୍ସୀ ରିପୋର୍ଟ କରିଛି ଯେ, ୱାଗନର୍ ଗ୍ରୁପ୍ ୟେଭେଗେନି ପ୍ରିଗୋଜିନ୍ ଏବଂ ଋଷ ସେନାର ଶିର୍ଷ ଅଧିକାରୀଙ୍କ ମଧ୍ୟରେ ଅନେକ ସମୟଧରି ଚାଲିଥିବା ବିବାଦ ଚରମସୀମାରେ ପହଞ୍ଚିଛି । ଋଷର ଏଫ୍‌ଏସ୍‌ବି ସୁରକ୍ଷା ସେବା ପ୍ରିଗୋଜିନ୍ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଏହା ସହିତ ଏଫ୍‌ଏସ୍‌ବି ୱାଗନର୍ ସୈନିକଙ୍କୁ କହିଛି ଯେ, ସେମାନେ ପ୍ରିଗୋଜିନ୍ କଥାକୁ ଅଣଦେଖା କରି ଋଷ ସୈନିକ ନିକଟରେ ଅତ୍ମସମର୍ପଣ କରନ୍ତୁ । କ୍ରିମଲିନ୍ ଦ୍ୱାରା ପ୍ରିଗୋଜିନ୍‌ଙ୍କ ଉପରେ ଶସସ୍ତ୍ର ବିଦ୍ରୋହ ଅଭିଯୋଗ କରାଯିବା ପରେ ଏହି ନିଷ୍ପତି ନିଆଯାଇଛି ।

ଅନ୍ୟପଟେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ‘ୱାଗ୍‌ନର୍‌’ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ କହିଛନ୍ତି, ଆମେ ଅଗ୍ରସର ହେଉଛୁ ଏବଂ ଶେଷ ସୀମାରେ ପହଞ୍ଚିବୁ। କୌଣସି ପ୍ରମାଣ ନ ଦେଇ ସେ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସେନା ତାଙ୍କର (ୱାଗ୍‌ନର୍‌ ଗ୍ରୁପ୍‌) ୨୦୦୦ ଯୋଦ୍ଧାଙ୍କୁ ହତ୍ୟା କରିଛି। ତେଣୁ, ସେ ଏହାର ପ୍ରତିଶୋଧ ନେବେ।

ସୂଚନାଯୋଗ୍ୟ, ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। କିନ୍ତୁ, ଗତ କିଛି ମାସ ହେବ ମସ୍କୋର ‌ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି। ସେ ଅଭିଯୋଗ କରୁଛନ୍ତି ଯେ, ଏବେ ଉଭୟ ସେନା ଯୁଦ୍ଧ ଭୂମିରେ ପରସ୍ପରଙ୍କୁ ଭେଟିବେ। ଯୁଦ୍ଧକ୍ଷେତ୍ରରେ ତାଙ୍କ ସୈନିକମାନଙ୍କ ମୃତ୍ୟୁ ଲାଗି ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ‘ଚିଫ୍‌ ଅଫ୍‌ ଜେନେରାଲ୍‌ ଷ୍ଟାଫ୍‌’ ଭାଲେରି ଗେରାସିମୋଭ୍‌ଙ୍କୁ ଦାୟୀ କରିଛନ୍ତି।

 

Get real time updates directly on you device, subscribe now.