fbpx

ରୋନାଲଡୋଙ୍କ ପରେ ମେସିଙ୍କ ଉପରେ ସାଉଦି କ୍ଲବର ଆଖି, ୩୦୦ ମିଲିୟନ ଡଲାର ଦେଇ ସାଇନ୍ କରିବାକୁ ଚାହୁଁଛି ‘ଅଲ ହିଲାଲ’

ନୁଆଦିଲ୍ଲୀ: ପର୍ତୁଗାଲ ଫୁଟବଲ୍ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଆର୍ଜେଣ୍ଟିନାକୁ ନିଜ ନେତୃତ୍ୱରେ ବିଶ୍ୱ ବିଜେତା କରାଇଥିବା ଲିଓନେଲ ମେସି ଏବେ ସାଉଦୀ ଆରବ ଲିଗ୍ ଖେଳି ପାରନ୍ତି। ନିକଟରେ ରୋନାଲଡୋ ସାଉଦି ଆରବ କ୍ଲବ ‘ଅଲ ନାସର’ ସହିତ ଯୋଡ଼ି ହୋଇଛନ୍ତି। ଏବେ ରିପୋର୍ଟ ଆସିଛି କି ସାଉଦୀ ଆରବ ଫୁଟବଲ୍ କ୍ଲବ୍ ‘ଅଲ ହିଲାଲ’ ଅର୍ଜେଣ୍ଟିନା ସୁପଷ୍ଟାରଙ୍କୁ କୌଣସି ବି ପରିସ୍ଥିତିରେ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି ।

କୁହାଯାଉଛି ଯେ ପ୍ରତିଦ୍ୱନ୍ଦ୍ୱୀ କ୍ଲବ ‘ଅଲ ନାସର’ ରୋନାଲଡୋ କିଣିବା ପରେ ‘ଅଲ ହିଲାଲ’ ଏହି ଯୋଜନା କରିଥିଲେ । ସ୍ପେନର ଗଣମାଧ୍ୟମ ଅନୁଯାୟୀ, ‘ଅଲ ହିଲାଲ’ ଦୀର୍ଘ ଦିନ ଧରି ପଡ଼ିଆରେ ରୋନାଲଡୋଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ମେସିଙ୍କ ସହିତ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଯଥାଶୀଘ୍ର ସାଉଦି ଆରବ ଲିଗରେ ଯୋଗଦେବାକୁ ଚାହୁଁଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କ୍ଲବ ମେସିଙ୍କୁ ୩୦୦ ମିଲିୟନ ଆମେରିକୀୟ ଡଲାର ଦେୟ ଦେବାକୁ ମଧ୍ୟ କ୍ଲବ୍ ପ୍ରସ୍ତୁତ, ଯାହାକି ଅଲ ନାସର ସହିତ ରୋନାଲଡୋଙ୍କ ଚୁକ୍ତିଠାରୁ ବହୁତ ଅଧିକ ।

ରିପୋର୍ଟରୁ ଏହା ମଧ୍ୟ ଖବର ମିଳିଛି ଯେ, ଲିନେଲ୍ ମେସିଙ୍କ ସହିତ ଚୁକ୍ତି କରିବା ପାଇଁ ସାଉଦି ଆରବ ସରକାର ଅଲ ହିଲାଲକୁ ସାହାଯ୍ୟ କରିବେ । କାରଣ ସାଉଦି ଆରବ ସରକାର ମଧ୍ୟ ଚାହୁଁଛନ୍ତି ଯେ, ରୋନାଲଡୋଙ୍କ ପରେ ମେସି ମଧ୍ୟ ଆରବ କ୍ଲବ୍‌ରେ ଯୋଗ ଦିଅନ୍ତୁ । ଏହାଦ୍ୱାରା ଆରବ ଫୁଟବଲରେ ଭିତ୍ତିଭୁମି ବଢିବା ସହିତ ତୃଣମୂଳ ସ୍ତରରେ ଫୁଟବଲ୍‌ର ପ୍ରଚାର ପ୍ରାସାର ମଧ୍ୟ ବଢିବ ।

ସାଉଦି ଆରବ ମଧ୍ୟ ଫିଫା ବିଶ୍ୱକପ ୨୦୨୨ ରେ ଭାଗ ନେଇଥିଲା । ଏହି ଟୁର୍ନାମେଣ୍ଟରେ ସେ ଗ୍ରୁପ୍ ପର୍ଯ୍ୟାୟରେ ଆର୍ଜେଣ୍ଟିନାକୁ ମଧ୍ୟ ପରାସ୍ତ କରିଥିଲା । ବିଶେଷ କଥା ହେଉଛି ସାଉଦି ସରକାର ପୂର୍ବରୁ ମେସିଙ୍କ ସହ ସମ୍ପର୍କରେ ଅଛନ୍ତି । ଆର୍ଜେଣ୍ଟିନାର ଅଧିନାୟକ ବର୍ତ୍ତମାନ ସାଉଦି ଆରବର ପର୍ଯ୍ୟଟନ ରାଷ୍ଟ୍ରଦୂତ ଅଛନ୍ତି ।

ତେବେ ଯଦି ଏହି ଖବର ସତ ହୁଏ ଫୁଟବଲ୍ ପ୍ରଶଂସକମାନେ ପୁଣି ଥରେ ରୋନାଲଡୋ ଏବଂ ମେସିଙ୍କ ମଧ୍ୟରେ ଲଢେଇ ଦେଖିବାକୁ ସୁଯୋଗ ପାଇବେ । ଏହାପୂର୍ବରୁ ୟୁରୋପୀୟ ଫୁଟବଲରେ ପରସ୍ପର ବିରୋଧରେ ପ୍ରତିଯୋଗିତା କରୁଥିଲେ ।

Get real time updates directly on you device, subscribe now.