fbpx

ହ୍ୱାଟସଆପରୁ ଗାଏବ୍ ହୋଇଗଲା ‘ବ୍ଲୁ ସର୍କଲ’! ନୂଆ ଫିଚର ଦେଖି ୟୁଜର୍ସ ଚକିତ

ନୂଆଦିଲ୍ଲୀ: ହ୍ୱାଟସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ପକ୍ଷରୁ ମେଟା ଏଆଇ ବ୍ଲୁ ରିଙ୍ଗକୁ ହଟାଇ ଦିଆଯାଇଛି । ହ୍ୱାଟସଆପରେ କିଛିଦିନ ଧରି ଏକ ନୀଳ ରଙ୍ଗର ସର୍କଲ ଦେଖିବାକୁ ମିଳୁଥିଲା । ଲୋକଙ୍କ ପାଇଁ ତାହା ଏକ ବଡ଼ ସରପ୍ରାଇଜ ଥିଲା । କମ୍ପାନୀ ଉକ୍ତ ନୀଳା ରଙ୍ଗର ରିଙ୍ଗର କାହିଁକି ରଖିଛି ବୋଲି ଅନେକ ୟୁଜର୍ସଙ୍କ ମନରେ ପ୍ରଶ୍ନ ଉଠିଥିଲା । ତେବେ ଏହା ମଧ୍ୟରେ ଉକ୍ତ ନୀଳ ରଙ୍ଗର ରିଙ୍ଗକୁ ମେଟା ହଟାଇ ଦେଇଛି । ଆଣ୍ଡ୍ରଏଡ, ଆଇଓଏସ ଓ ୱିଣ୍ଡୋଜର ହ୍ୱାଟସଆପରେ ମେଟା ଅଚାନକ ଏହି ନୀଳା ରିଙ୍ଗକୁ ହଟାଇ ଦେଇଛି । ଉକ୍ତ ଫିଚର ଜରିଆରେ ୟୁଜର୍ସ ଏଆଇ ଚାଟବୋଟର ବ୍ୟବହାର କରୁଥିଲେ ।

ଜଣାପଡ଼ିଛି ଯେ, କିଛି ୟୁଜର୍ସଙ୍କ ଫୋନ ଓ ୱିଣ୍ଡୋଜ ଆପରେ ମେଟା ଆଇର ନୀଳ ରିଙ୍ଗ ଦୃଶ୍ୟମାନ ହେଉନାହିଁ । ସେହିପରି ଆଉ କିଛି ୟୁଜର୍ସଙ୍କ ଫୋନ ଓ ୱିଣ୍ଡୋଜ ଆପରେ ତାହା କାମ କରୁଛି । ମେଟା ଏଆଇ ମେଟାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚାଟବୋଟ ହୋଇଥିବା ବେଳେ ତାହା ଏଆଇ ଚାଟବୋଟର ଶର୍ଟକଟ ଅଟେ । ଉକ୍ତ ରିଙ୍ଗ ଉପରେ କ୍ଲିକ କରି ୟୁଜର୍ସ ମେଟା ଏଆଇର ବ୍ୟବହାର କରିପାରୁଥିଲେ । ମାଇକ୍ରୋସଫ୍ଟ-ଓପନଏଆଇର ଚାଟଜିପିଟି ଓ ଗୁଗଲର ଜେମିକି ଏଆଇକୁ ମୁକାବିଲା କରବିାକୁ ମେଟା ଏଆଇ ଲଞ୍ଚ କରିଥିଲା । ଉକ୍ତ ଫିଚର ଲୋକଙ୍କର ପ୍ରଶ୍ନର ଉତ୍ତର ଦେଉଥିଲା । ଏଆଇ ଚାଟବୋର୍ଟ ମାର୍କେଟ ବଢ଼ିବାରେ ଲାଗିଛି । ତେଣୁ ଏ କ୍ଷେତ୍ରରେ ମେଟା ପଛରେ ରହିବାକୁ ଚାହୁଁନାହିଁ । ତେଣୁ ଭାରତ ସମେତ ସାରା ଦୁନିଆରେ ମେଟା ଏଆଇକୁ ରିଲିଜ୍ କରାଯାଇଥିଲା । ତେବେ କିଛି ଡିଭାଇସରେ ଏହି ରିଙ୍ଗ ରହିଥିବା ବେଳେ ଆଉ କିଛି ଡିଭାଇସରୁ ଗାଏବ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମେଟା କି ହ୍ୱାଟସଆପ ପକ୍ଷରୁ ଏକ ବାବଦରେ କୌଣସି ସୂଚନା ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.