fbpx
BJD
BJD SKY
BJD SKY

ତାଣ୍ଡବ ରଚିବ କାଳବୈଶାଖୀ; ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

BJD

ଭୁବନେଶ୍ୱର: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ୮ ଜିଲ୍ଲା- ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ବୌଦ୍ଧକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ । ଦେଖିବାକୁ ଗଲେ କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ମଧ୍ୟ ସକ୍ରିୟ ରହିଛି । ଏଥିପାଇଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ତେଣୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି।

ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲାର କେତକ ଅଞ୍ଚଳରେ ମେଘୁଆ ପାଗ ସହ ଲାଗିରହିଛି ହାଲୁକା ବର୍ଷା । କାଳବୈଶାଖୀ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ସେହିଭଳି ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ରେ ଏହି ବାୟୁ ଚଳାଚଳ ପ୍ରଭାବରେ କେତକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ଲାଗିରହିଛି । ରାଜ୍ୟର ଅନେକ ସ୍ଥାନରେ ଆଜି ସକାଳୁ ପାଗ ମେଘୁଆ ରହିଛି ଏବଂ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଯାଇଛି ।

Get real time updates directly on you device, subscribe now.