fbpx

IPL-2024 ମଝିରେ ବଡ଼ ନିଷ୍ପତ୍ତି ନେବ ଟିମ ମ୍ୟାନେଜମେଣ୍ଟ! ଅଧା ସିଜନରୁ ବଦଳିଯିବେ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ସାରିଛି । ଚଳିତବର୍ଷ ରାଜସ୍ଥାନ ରୋୟଲ୍ସ ଦମଦାର ପ୍ରଦର୍ଶନ ଜାରି ରଖି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି । ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟୁର୍ଣ୍ଣାମେଣ୍ଟରେ ପଛରେ ରହି ଯାଇଛନ୍ତି । ଯାହା ଫଳରେ ଏମାନଙ୍କ ମଧ୍ୟରୁ ଦୁଇଟି ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ଦଳର ଭବିଷ୍ୟତକୁ ନେଇ ଟିମ ମ୍ୟାନେଜମେଣ୍ଟ ବଡ଼ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି । ତେବେ ଏହା ମଧ୍ୟରେ କ୍ରିକେଟ ଆନାଲିଷ୍ଟ ଆକାଶ ଚୋପ୍ରାଙ୍କ ଏକ ଟ୍ୱିଟ ଖୁବ ଭାଇରାଲ ହେଉଛି ।

ତେବେ ଭାଇରାଲ ହେଉଥିବା ଆକାଶଙ୍କ ଏହି ଟ୍ୱିଟ ଫେବୃଆରୀ ୧୩ ତାରିଖରେ ପୋଷ୍ଟ ହୋଇଥିଲା । ଏହି ପୋଷ୍ଟରେ ଆକାଶ ଲେଖିଥିଲେ ଯେ, ଆଇପିଏଲ ସିଜନ ମଧ୍ୟରେ ଗୋଟିଏ ଦଳ ନିଜର ଅଧିନାୟକ ପରିବର୍ତ୍ତନ କରିପାରେ, ଏମିତି ହେବ କି? ଏବେ ଏହି ଟ୍ୱିଟକୁ ରିଟ୍ୱିଟ କରି ମାମଲାକୁ ଆହୁରି ସରଗରମ କରି ଦେଇଛନ୍ତି ଆକାଶ । ସେ ଏବେ ଏହାକୁ ରିଟ୍ୱିଟ କରି ଲେଖିଛନ୍ତି ଯେ, ଆମେ କ’ଣ ପ୍ରତ୍ୟେକ ମ୍ୟାଚ ସହ ଏହି ପରିବର୍ତ୍ତନର ନିକଟତର ହେଉଛନ୍ତି କି? ତେବେ ଆକାଶଙ୍କର ଏହି ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ଆଇପିଏଲ ସିଜନ ମଝିରେ କେଉଁ ଦଳ ନିଜ ଅଧିନାୟକ ପରିବର୍ତ୍ତନ କରିବ, ସେ ନେଇ ଆକାଶ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳର ଅଧିନାୟକ ପରିବର୍ତ୍ତନ କରିବା ନେଇ ଆଲୋଚନା ହେବାରେ ଲାଗିଛି । ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର କରାପ ପ୍ରଦର୍ଶନ ଜାରି ରଖିଛନ୍ତି । ତେଣୁ ଏପରି ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଉଛି ।

କିଛି ଉପଭୋକ୍ତା ଲେଖିଛନ୍ତି ଯେ ଫାଫ୍ ଡୁ ପ୍ଲେସିସଙ୍କୁ ନେତୃତ୍ୱରୁ ହଟାଇ ହଟାଇ ଆରସିବି ବିରାଟ କୋହଲିଙ୍କୁ ପୁଣି ଅଧିନାୟକ କରିପାରିବ। ଏହାବ୍ୟତୀତ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ଫେରିବା ଆଶା ରଖିଛନ୍ତି। ଆଇପିଏଲ୍ ୨୦୨୪ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ୟ୍ୟନ୍ତ ୪ ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଅବଶିଷ୍ଟ ୩ଟି ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲରେ ୮ ନମ୍ବରରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ ।  ସେହିପରି ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ନବମ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ଗୋଟିଏ ବିଜୟ ସହ ଟେବୁଲର ଶେଷ ସ୍ଥାନରେ ରହିଛି ।

Get real time updates directly on you device, subscribe now.