୨ ଦିନ ଯାଏଁ ସିଭିୟର ହିଟଓ୍ୱେଭ୍ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ
ଆହୁରି ୩ ଦିନ କଲବଲ କରିବ ତାତି। ଅନୁଭୂତ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି।
ଭୁବନେଶ୍ୱର: ଆହୁରି ୩ ଦିନ ଅସହ୍ୟ ତାତି। ଦିନକୁ ଦିନ ବଢିବ ଖରାର ପ୍ରକୋପ। 3 ଦିନ ଯାଏଁ ଆକାଶରୁ ନିଆଁ ବର୍ଷା ହେବ। ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏବେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। କିଛି ଦିନର କାଳବୈଶାଖୀ ବର୍ଷା ଟିକେ ଆଶ୍ୱସ୍ତି ଦେଇଥିଲା। ହେଲେ ଦୁଇ ଦିନ ହେବ ରାଜ୍ୟରେ ଜାରି ରହିଛି ଭୀଷଣ ତାତି। ଦିନକୁ ଦିନ ପାରଦ ବଢୁଛି। ଆଉ ଖରାର ତେଜ ମଧ୍ୟ ପ୍ରଖର ହେଉଛି।
ଏହିପରି ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହାସହ ଅନୁଭୂତ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି। ତାସହ ୨ ଦିନ ଯାଏଁ ସିଭିୟର ହିଟଓ୍ୱେଭ୍ ନେଇ ସତର୍କତା ଜାରି କରାଯାଇଛି।
ଝାରସୁଗୁଡ଼ା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ତାତି ନେଇ ସତର୍କତା ଜାରି ହୋଇଛି। ଆଉ ସେହିସବୁ ଜିଲ୍ଲା ଗୁଡିକ ହେଲା ବୌଦ୍ଧ, ବଲାଙ୍ଗୀର, ସମ୍ୱଲୁୁପର, ସୋନପୁର ଓ ସୁନ୍ଦରଗଡ଼।