Breaking: ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ୧୭ ତାରିଖ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀର ପ୍ରକୋପ।  ଝଡ଼ ତୋଫାନ ସହ ବହିବ ତୀବ୍ର ବେଗରେ ପବନ।

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ଝଡ଼ ତୋଫାନ ସହ ବହିବ ତୀବ୍ର ବେଗରେ ପବନ। ଆଲର୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀର ପ୍ରକୋପ।

ଏପଟେ କାଳବୈଶାଖୀ ପ୍ରଭାବ ଯୋଗୁଁ କମିଛି ତାତିର ପ୍ରକୋପ। ଆଜି ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆକଳନ ଅନୁସାରେ, ଆସନ୍ତା ୧୩,୧୪ ଓ ୧୫ ତାରିଖରେ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଅଧିକ ରହିବ। ଆଉ ୧୬-୧୭ ତାରିଖ ବେଳକୁ କାଳବୈଶାଖୀର ପ୍ରକୋପ କମିଲେ ମଧ୍ୟ କେତେକ ସ୍ଥାନରେ ବର୍ଷା ଜାରି ରହିବ।

ସେପଟେ ଆଜି ଝଡ଼ ତୋଫାନ ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଉ ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା।

ଗତକାଲି ମଧ୍ୟା କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଗଛ ଉପୁଡି ରାସ୍ତାରେ ପଡିଛି। କୁଆପଥର ବର୍ଷାରେ ରାସ୍ତା ଜମାଟ ବାନ୍ଧି ଯାଇଥିଲା। ଘରର ଛପର ମଧ୍ୟ ଉଡିଯାଇଥିଲା। ଆଜି ମଧ୍ୟ ସମାନ ସ୍ଥିତି ହେବ ବୋଲି ଅନୁମାନ କରାଯାଉଛି।