fbpx
BJD SKY
BJD SKY

ଭାରତରେ ଏମ୍‌ଜି ମୋଟର୍‌ର ହେବ ଦ୍ୱିତୀୟ କାରଖାନା ସ୍ଥାପନ ନେଇ ଯୋଜନା, ୪୮୦୦ କୋଟିର ନିବେଶ କରିବ କମ୍ପାନି

BJD

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଭାରତରେ ୪୮୦୦ କୋଟି ଟଙ୍କା ନିବେଶରେ ଦ୍ୱିତୀୟ କାର ନିର୍ମାଣ ୟୁନିଟ ସ୍ଥାପନ ଯୋଜନା ରଖିଛି । ଏଥିପାଇଁ କମ୍ପାନି ଏକାଧିକ ରାଜ୍ୟ ସହ କଥାବାର୍ତ୍ତା ଚଳାଇଛି । ଜୁନ୍‌ରେ କାରଖାନା ସ୍ଥାପନ ନେଇ ଚୂଡ଼ାନ୍ତ ହୋଇ ଗଲେ ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ । ହଲୋଲସ୍ଥିତ ପ୍ରଥମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବର୍ତ୍ତମାନ ୭୦ ହଜାର ୟୁନିଟ୍‌ ରହିଛି । ଏହାର ସଂପ୍ରସାରଣ ପାଇଁ କମ୍ପାନି ୨୫୦୦ କୋଟି ଟଙ୍କା ନିବେଶ କରିବ ବୋଲି ଗତବର୍ଷ ଘୋଷଣା କରିଥିଲା ।

ହଲୋଲ ପ୍ଲାଣ୍ଟରୁ କମ୍ପାନି ହେକ୍ଟର,ଗ୍ଲୋଷ୍ଟର, ଆଷ୍ଟର ଏବଂ ଜେଡ୍‌ଏସ୍‌ ଇଭି ଯାନ ଉତ୍ପାଦନ କରୁଛି । ଗୁଜରାଟର ହଲୋଲଠାରେ ଏହାର ପ୍ରଥମ କମ୍ପାନୀ ରହିଛି । ଉକ୍ତକାରଖାନାର ବାର୍ଷିକ କାର ଉତ୍ପାଦନ କ୍ଷମତାକୁ କମ୍ପାନି ୨୦୨୩ ସୁଦ୍ଧା ୧.୨୫ ଲକ୍ଷ ୟୁନିଟକୁ ବଢ଼ାଇବ ।

ତେବେ ଦ୍ୱିତୀୟ କାରଖାନାରେ କମ୍ପାନି ବାର୍ଷିକ ୧.୭୫ ଲକ୍ଷ ୟୁନିଟ କାର ଉତ୍ପାଦନ ଯୋଜନା ରଖିଛି । ଏହାଫଳରେ ଆସନ୍ତା ଦୁଇବର୍ଷ ମଧ୍ୟରେ ଭାରତରେ କମ୍ପାନିର ବାର୍ଷିକ କାରଖାନା ଉତ୍ପାଦନ କ୍ଷମତା ୩ ଲକ୍ଷ ୟୁନିଟକୁ ବୃଦ୍ଧି ପାଇବ । ତେବେ ଦ୍ୱିତୀୟ କାରଖାନାଟି ମଧ୍ୟ ଗୁଜରାଟର ହଲୋଲଠାରେ ସ୍ଥାପନ ହୋଇପାରେ । ଗୁଜରାଟ ସରକାରଙ୍କ ସହିତ କମ୍ପାନି କିଛି ଅଧିକ ଜମି ପାଇବା ପାଇଁ ଆଲୋଚନା ଚଳାଇଛି ।

Get real time updates directly on you device, subscribe now.