fbpx

ମାଇକ୍ରୋସଫ୍ଟକୁ ୨୩ ବିଲିୟନ ଡଲାର କ୍ଷତି, ଲାଗିଲା ବଡ ଝଟକା, ବିଶ୍ୱର ବିଭିନ୍ନ କମ୍ପାନୀ ଉପରେ ପଡିଲା ଆଇଟି ଆଉଟରେଜର ପ୍ରଭାବ

ଓଡିଶା ଭାସ୍କର: ଆଇଟିର ହିରୋ କୁହାଯାଉଥିବା ମାଇକ୍ରୋସଫ୍ଟକୁ ଆଇଟି ସିଷ୍ଟମ କ୍ରେଶ କାରଣରୁ ଏକ ବଡ ଅସୁବିଧାର ସାମ୍ନା କରିବାକୁ ପଡିଛି । ଫଳରେ ତାହାର ସେୟାର ପ୍ରାୟ ୦.୭୧ ପ୍ରତିଶତ କମିଛି । ଏହି କ୍ରେଶ କାରଣରୁ କମ୍ପାନୀର କ୍ଷତି କେଇ ଘଣ୍ଟା ମଧ୍ୟରେ ହିଁ ୧୮ ବିଲିୟନ ଡଲାରରେ ପହଞ୍ଚିଥିଲା । ଫଳରେ ବିଶ୍ୱର ବହୁ କମ୍ପାନୀ ଏବେ ପଙ୍ଗୁ ହୋଇ ଯାଇଛନ୍ତି । ପ୍ରଦ୍ୟୋଗିକ କ୍ଷେତ୍ରରେ ମାଇକ୍ରୋସଫ୍ଟକୁ ନିଜ ସେୟାରେ ୦.୭୧ ପ୍ରତିଶତର କ୍ଷତି ସହିବାକୁ ପଡିଛି । କମ୍ପାନୀର ମୂଲ୍ୟ ଏହି କାରଣରୁ ପ୍ରାୟ ୨୩ ବିଲିୟନ ଡଲାର କମ ହୋଇଯାଇଛି ।

ଏକ ବିଶ୍ଲେଷଣ କହୁଛି ଯେ, ‘ଆପଲ’ ପରେ ମାଇକ୍ରୋସଫ୍ଟ ବିଶ୍ୱର ସବୁଠୁ ମୂଲ୍ୟବାନ କମ୍ପାନୀ ମଧ୍ୟରେ ରହିଛି । ଯାହାର ବଜାର ମୂଲ୍ୟ କ୍ରେଶ ପୂର୍ବରୁ ପ୍ରାୟ ୩.୨୭ ଟ୍ରିଲିୟନ ଡଲାର ରହିଥିଲା । ବର୍ତ୍ତମାନ ୦.୧ ପ୍ରତିଶତ ସେୟାର କ୍ଷତି ସହ ଏହା ର ମୂଲ୍ୟ ପ୍ରାୟ ୩.୩୩ ବିଲିୟନ ଡଲାରର କମି ଆସୁଛି ।
ମାଇକ୍ରୋସଫ୍ଟର ଏହି କ୍ରେଶ ଆଗାମୀ ଦିନରେ ମଧ୍ୟ ବିଶ୍ୱର ଅନେକ ବଡ ବଡ କମ୍ପାନୀ ଉପରେ ପଡିବ ବୋଲି ସ୍କଟଲେଟିକ୍ସର ପ୍ରବକ୍ତା କହିଛନ୍ତି । ସାରା ବିଶ୍ୱର ଅନେକ କମ୍ପାନୀ ମାଇକ୍ରୋସଫ୍ଟ ଉପରେ ବୈଷୟିକ ପ୍ରଣାଳୀ ପାଇଁ ନିର୍ଭର କରନ୍ତି । ତେବେ କମ୍ପାନୀ ପାଖରେ ବହୁତ କମ୍ ସମୟରେ ଏହି କ୍ଷତିକୁ ପୂରଣ କରିବାର କ୍ଷମତା ମଧ୍ୟ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.